Take a fresh look at your lifestyle.

ମଧ୍ୟାହ୍ନ ଭୋଜନ ଖାଇ 60 ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

0 23

Get real time updates directly on you device, subscribe now.

କାମାକ୍ଷାନଗର(ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସୋଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ସୋଇପଡିବାରୁ ନିକଟସ୍ଥ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ପିଲାଙ୍କ ପାଇଁ ସୋୟାବିନି ବଡି ର ତରକାରୀ ହୋଇଥିଲା। ପିଲାଙ୍କ ଅଭିଯୋଗ ଅନୁଯାୟୀ ତରକାରୀରେ ପୋକ ଭାସୁଥିଲା ଯେଉଁ ତରକାରୀ ଖାଇବା ପରେ ପେଟ କାଟିବା ସହ ବାନ୍ତି ବି କରିଥିଲେ।

ଅସୁସ୍ଥ ସମସ୍ତ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ଅଁଳାବେରେଣୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି ଓ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଦୃଷ୍ଟି ରଖିବାକୁ ଡାକ୍ତରଙ୍କୁ ପରାମର୍ଶ ଦିଆଯାଇଛି। ତେବେ ନିମ୍ନ ମାନର ଖାଦ୍ୟ ସାମଗ୍ରୀ ପାଇଁ ଅଭିଭାବକ ମହଲରେ ତୀବ୍ର ଅଶାନ୍ତି ପ୍ରକାଶ ପାଇଛି।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.