Take a fresh look at your lifestyle.

ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କ ୧୩୫ ତମ ଜନ୍ମଜୟନ୍ତୀ ମହାସମାରୋହ ରେ ପାଳିତ

0 55

Get real time updates directly on you device, subscribe now.

କାମାକ୍ଷାନଗର ( ରାଜ କିଶୋର ରାଉତ): କାମାକ୍ଷାନଗର ଏନଏସି ରେକୁଳା ସତସଙ୍ଗ କେନ୍ଦ୍ର ଠାରେ ଶ୍ରୀ ଶ୍ରୀ ଠାକୁର ଅନକୁଳଚନ୍ଦ୍ର ଙ୍କ 135ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି l

ସତସଙ୍ଗ ର ବରିଷ୍ଠ ରୀତିକ ପୂଜ୍ୟ ବିନୋଦ କୁମାର ମିଶ୍ର ଙ୍କ ପରିଚାଳନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ, ଥାନା ଅଧିକାରୀ ଶରତ ଚନ୍ଦ୍ର ମହାଳିକ, ଏସଆଇ ପ୍ରତାପ କୁମାର ସାହୁ, କାମାକ୍ଷାନଗର ମେଡିକାଲ ର ବରିଷ୍ଠ ଡାକ୍ତର ରାସଗୋବିନ୍ଦ ମହାନ୍ତି, କାମାକ୍ଷାନଗର ଉପଖଣ୍ଡ ର ବରିଷ୍ଠ ରୀତିକ କୁମୁଦ ଚନ୍ଦ୍ର ପ୍ରଧାନ, ରମାକାନ୍ତ ମିଶ୍ର, ନଟବର ନାଥ ପ୍ରମୁଖ ଉପସ୍ଥିତ ଥିଲେ l

ଅନ୍ୟ ଅତିଥି ଭାବେ କାମାକ୍ଷାନଗର ଏନଏସି ବିଜେଡି ମହିଳା ଜନତା ଦଳ ସଭାନେତ୍ରୀ ରଞ୍ଜିତା ବେହେରା, ସାମ୍ବାଦିକ ସଙ୍ଘ ସଭାପତି ଅକ୍ଷୟ କୁମାର ନନ୍ଦ, ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ମହାପାତ୍ର, ହୃଦୟ ବଲ୍ଲଭ ମିଶ୍ର, ସମାଜସେବୀ ହିମାଦ୍ରୀ ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରଭୁକୃପା ଲାଭ କରିବା ସହ ପ୍ରସାଦସେବନ କରିଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.