Take a fresh look at your lifestyle.

କୁଶୁମୁଣ୍ଡିଆ ବିଶ୍ଵମାତା କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଚାନ୍ଦପୁର ଗୋଲଡ଼ ଡାଇମଣ୍ଡ ଚମ୍ପିୟାନ

0 16

Get real time updates directly on you device, subscribe now.

କାମାକ୍ଷାନଗର(ରାଜ କିଶୋର ରାଉତ): କଙ୍କଡାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ କୁସୁମୁଣ୍ଡିଆ ଖେଳ ପଡିଆ ଠାରେ କୁସୁମୁଣ୍ଡିଆ ବିଶ୍ଵମାତା କ୍ରିକେଟ କ୍ଳବ ଆନୁକୂଲ୍ୟରେ ୧୦ମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହେଇଅଛି । ଏହି ଟୁର୍ଣ୍ଣାମେଣ୍ଟ ରେ ୮ ଟି ଟିମ ଭାଗ ନେଇଥିଲେ।ଫାଇନାଲ ମ୍ୟାଚ କୁସୁମୁଣ୍ଡିଆ ବିଶ୍ଵମାତା ଓ ଚାନ୍ଦପୁର ଗୋଲଡ଼ ଡାଇମଣ୍ଡ ମଧ୍ୟରେ ଅନୁଷ୍ଠିତ ହେଇଥିଲା ।

ଚାନ୍ଦପୁର ଗୋଲଡ଼ ଡାଇମଣ୍ଡ ପ୍ରଥମେ ବ୍ୟାଟିଙ୍ଗ କରି ୧୨ ଓଭରରେ ରେ ୧୪୨ ରନ କରିଥିଲା ବେଳେ କୁସୁମୁଣ୍ଡିଆ ବିଶ୍ଵମାତା ୧୨ ଓଭରରେ ୮୫ ରନ କରି ପରାଜୟ ହେଇଥିଲା।ଏହି ଟୁର୍ଣ୍ଣାମେଣ୍ଟ ରେ ଚାନ୍ଦପୁର ଗୋଲଡ଼ ଡାଇମଣ୍ଡ ବିଜୟୀ ହେଇ ଚମ୍ପିୟାନ ହେଇଥିଲା ।

ମ୍ୟାନ ଅଫ ଦି ମ୍ୟାଚ ସିପୁ ସାହୁ, ମ୍ୟାନ ଅଫ ଦି ସିରିଜ କାହ୍ନା ସାହୁ ହେଇଥିଲେ।ଖେଳ ପରିଚାଳନା କରିଥିଲେ ସୁଶାନ୍ତ ସାହୁ, ଆକାଶ ସାହୁ।ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ପୁର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ ଯୋଗଦେଇ ଚାମ୍ପିୟାନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟ ନବକିଶୋର ସାହୁ ଯୋଗଦେଇ ରନର୍ସ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।

କୁସୁମୁଣ୍ଡିଆ ବିଶ୍ଵମାତା କ୍ରିକେଟ କ୍ଳବ ର ସଦସ୍ୟ ରାକେଶ ସାହୁ,ହିମାଂଶୁ ସାହୁ,ବିକାଶ ସାହୁ,ବିଭୁତି ବିଶ୍ୱାଳ, ପ୍ରଭାତ ଦେହୁରୀ,ନିତ୍ୟାନନ୍ଦ ବିଶ୍ୱାଳ, ସୁମନ୍ତ ବିଶ୍ୱାଳ,ସରୋଜ ସାହୁ, ସୁଶୀଲ ସାହୁ,ସିଧାନ୍ତ ସାହୁ,ଚିଣ୍ଟୁ ସାହୁ, ଲିକୁ ସାହୁ, ବୁନା ପରିଡା ସହଯୋଗ କରିଥିଲେ।ଧାରା ବିବରଣୀ ପ୍ରଦାନ କରିଥିଲେ ପେସ୍କାର ବିଶ୍ୱାଳ,ହେମନ୍ତ ସାହୁ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.