Take a fresh look at your lifestyle.

ରାଧାକୃଷ୍ଣ ଯୁବକ ସଙ୍ଘ ପକ୍ଷରୁ ବିଶାଳ ତ୍ରିରଙ୍ଗା ପଦ ଯାତ୍ରା ଅନୁଷ୍ଠିତ

0 6

Get real time updates directly on you device, subscribe now.

କାମାକ୍ଷାନଗର( ରାଜ କିଶୋର ରାଉତ):ଦେଶ ସ୍ୱାଧୀନତା ର ୭୫ବର୍ଷ ପୂର୍ତ୍ତି ତଥା ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳି ଗ୍ରାମରେ ରାଧାକୃଷ୍ଣ ଯୁବକ ସଙ୍ଘ ପକ୍ଷରୁ ଆଜି ଏକ ସୁଦୀର୍ଘ ତ୍ରିରଙ୍ଗା ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି |

ଏହି ପଦ ଯାତ୍ରା ଗ୍ରାମ ର ଗୁଡିଡ଼ିହ ଠାରୁ ବାହାରି ଦୀର୍ଘ ୩ କିମି ଗାଁ ପରିକ୍ରମା ସ୍ୱାମୀ ବିବେକାନନ୍ଦ ପ୍ରତିମୂର୍ତ୍ତି ଠାରେ ପହଂଚି ଥିଲା |ତେବେ ଏହି ପଦଯାତ୍ରା ରେ ରାଧାକୃଷ୍ଣ ଯୁବକ ସଙ୍ଘ ସଭାପତି ସୌମ୍ୟରଞ୍ଜନ ସାହୁ, ସମ୍ପାଦକ ଶୁଭେନ୍ଦୁ ବେହେରା ଙ୍କ ସମେତ ସମସ୍ତ ସଦସ୍ୟ ଓ ଶତାଧିକ ଯୁବକ ଓ କୁନି କୁନି ପିଲା ଏବଂ ବାଜିରାଉତ ସେନା ର କିଛି ସଦସ୍ୟ ସାମିଲ ଥିଲେ |

ତେବେ ୭୫ମିଟର ଏକ ବିଶାଳ ତ୍ରିରଙ୍ଗା ପତାକା ଧରି ସମସ୍ତେ ଏହି ପଦଯାତ୍ରା ରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା |ଏହା ସହ ଯିବା ରାସ୍ତାରେ ସ୍ୱାଧୀନତା ସଂଗ୍ରାମୀ ଙ୍କ ନାରା ରେ ପ୍ରକମ୍ପିତ ହୋଇଥିଲା, ଗାଁ ଯୁବକ ସଙ୍ଘର ଏହି ପଦଯାତ୍ରା କୁ ଦେଖିବାକୁ ରାସ୍ତା ର ଦୁଇ ପାର୍ଶ୍ଵ ରେ ଗ୍ରାମବାସୀଙ୍କ ଭିଡ଼ ଦେଖିବା କୁ ମିଳିଥିଲା |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.