Take a fresh look at your lifestyle.

ରାଧାଦେଈପୁର ସରକାରୀ ଉଚ୍ଚବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳନ

0 23

Get real time updates directly on you device, subscribe now.

ଢେଙ୍କାନାଳ: ସଦର ବ୍ଳକ୍ ଅନ୍ତର୍ଗତ ରାଧାଦେଈପୁର ସରକାରୀ ଉଚ୍ଚବିଦ୍ୟାଳୟରେ ଅଦ୍ୟ ତା୧୫ଅଗଷ୍ଟ୨୦୨୨ରିଖରେ ମହାସମାରୋହରେ ସ୍ଵାଧୀନତା ଦିବସ ପାଳିତ ହୋଇଅଛି।

ଆଜାଦି କା ଅମୃତ ମହୋତ୍ସବ ସାରାଦେଶରେ ପାଳିତ ହେବା ସହ ହର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଗତ ତା୧୩ରିଖରୁ ତା୧୫ରିଖ ଯାଏଁ ତିନି ଦିନ ବ୍ୟାପୀ ବିଦ୍ୟାଳୟରେ ପାଳନ କରାଯାଇଅଛି।

ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବନବିହାରୀ ବାରିକ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା,କୁଇଜ୍, ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗୀତା କରାଯାଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମ ଭାବ ଜାଗ୍ରତ କରିବା ସହ ସଚେତନ କରାଯାଇଅଛି।

ପ୍ରଧାନ ଶିକ୍ଷକ ଜାତୀୟ ପତାକା ଉତ୍ତୋଳନ କରିବା ସହ ଉଦବୋଧନ ଦେଇ ଜାତୀୟ ସ୍ବାଧୀନତା ସଂଗ୍ରାମୀମାନଙ୍କର ସ୍ମୃତି ଚାରଣ କରିଥିଲେ। ଛାତ୍ରଛାତ୍ରୀମାନେ ପ୍ୟାରେଡ କରି ତ୍ରୀରଙ୍ଗା ପତାକାକୁ ସମ୍ମାନ ଜଣାଇଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

ବିଦ୍ୟାଳୟର ବରିଷ୍ଠ ହିନ୍ଦୀ ଶିକ୍ଷକ ଶ୍ରୀ ସୁଧାକର ମିଶ୍ର ସ୍ବପୁତ୍ର ଟିଟନ ମିଶ୍ର ସ୍ମାରକୀ ସମ୍ମାନ ପ୍ରଦାନ ନିମନ୍ତେ ବିଦ୍ୟାଳୟର ଦୁଇ କୃତୀ ଛାତ୍ରଛାତ୍ରୀ (ଦଶମ ବୋର୍ଡ଼ ପରୀକ୍ଷାରେ A। ଗ୍ରେଡ ପାଇଥିବା) ଶ୍ରୀ ଓମ୍ ଅରମାନ୍ ହୋତା ଓ କୁମାରୀ ଶୁଭ ସ୍ମିତା ବେହେରା ଙ୍କୁ ପୁରସ୍କାର ସ୍ବରୂପେ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ।

ବିଦ୍ୟାଳୟ ତରଫରୁ ମଧ୍ୟ କୃତି ଛାତ୍ରଛାତ୍ରୀ ଦ୍ଵୟଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟରେ ବୃକ୍ଷ ରୋପଣ କରାଯାଇଥିଲା

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.