Take a fresh look at your lifestyle.

ଆଜି ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ବରପୁତ୍ର ମାନଙ୍କୁ ମାଲ୍ୟାପଣ.

0 2

Get real time updates directly on you device, subscribe now.

ଢେଙ୍କାନାଳ: ଆଜି ଦେଶ ପାଳୁଛି ୭୬ ତମ ସ୍ଵାଧୀନତା ଦିବସ, ଏହି ଅବସରରେ ଢେଙ୍କାନାଳ ଠାରେ ବିଭିନ୍ନ ସ୍ଥାନରେ ଥିବା ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ କୃଷି ଓ କୃଷକ ଶଶକ୍ତି କରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମାଲ୍ୟାପଣ କରିଥିଲେ ।

ବସ୍ ଷ୍ଟାଣ୍ଡ ରେ ଥିବା ଗାନ୍ଧି ପାର୍କରେ ମହାତ୍ମା ଗାନ୍ଧୀଙ୍କୁ ପ୍ରଥମେ ମାଲ୍ୟାପଣ କରିଥିଲେ ପରେ କୋଟ ପାଖରେ ଥିବା ଉତ୍କଳ ମଣି ଗୋପବନ୍ଧୁ ଦାସ୍‌ ଙ୍କୁ ଓ ପରେ ବସ ଷ୍ଟାଣ୍ଡ ରେ ଥିବା ସହିଦ ସ୍ତମ୍ଭ ଓ ତାପରେ ରଥଗଡ଼ା ସ୍ଥିତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରିଥିଲେ ।

ତାପରେ ବାଜି ଚୈକ ସ୍ଥିତ ସହିଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରିଥିଲେ ଓ ଲକ୍ଷ୍ମି ବଜାର ସ୍ଥିତ ଇନ୍ଦିରା ଗାନ୍ଧି ଙ୍କ ପ୍ରତି ମୃତ୍ତିରେ ମଧ୍ୟ ମାଲ୍ୟାପଣ କରିଥିଲେ ।

ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଆଗରେ ଥିବା ତଃ ଆମ୍ବେଦକରଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ଶସକ୍ତି କରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ବିଧାୟକ ସୁଧିର କୁମାର ସାମଲ, ଜିଲ୍ଲାପାଳ ସରୋଜ କୁମାର ସେଠୀ, ଜିଲ୍ଲା ପରିଷଦ ଅଧକ୍ଷ ଅର୍ଚନା ପୁହାଣ ଉପସ୍ଥିତି ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.