Take a fresh look at your lifestyle.

ମହିମା ମହାବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

0 70

Get real time updates directly on you device, subscribe now.

ଯୋରନ୍ଦା: ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟରେ ଓଡିଆ ବିଭାଗରେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡକ୍ଟର ତନ୍ମୟ କବିଙ୍କର ବିଦାୟ କାଳୀନ ଉତ୍ସବ ତା ୨୮.୦୭.୨୦୨୨ ରିଖ ଦିନ ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ରସାୟନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ରତ୍ନାକର ଦାସ ସଭାପତି ଭାବେ ଯୋଗଦାନ କରି ଡକ୍ଟର ତନ୍ମୟ କବିଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।

ଅଧ୍ୟାପିକା ବିଷ୍ଣୁପ୍ରିୟା ମହାପାତ୍ର ଅତିଥିଙ୍କ ପରିଚୟ ପ୍ରଦାନ ପୂର୍ବକ ବିଦାୟୀ ବିଭାଗୀୟ ମୁଖ୍ୟଙ୍କ ସହ ବିତାଇଥିବା ମୁହୂର୍ତ୍ତ ମାନଙ୍କୁ ମନେ ପକାଇଥିଲେ । ଅଧ୍ୟାପିକା ଲକ୍ଷ୍ମୀପିୟା ନାୟକ ଡକ୍ଟର କବିଙ୍କର କର୍ତ୍ତବ୍ୟନିଷ୍ଠତା, ଛାତ୍ରବତ୍ସଳତା ଓ ସମୟାନୁବର୍ତ୍ତିତା ଆଦି ମହାନ ଗୁଣ ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପିକା ଗୀତାଞ୍ଜଳି ସାହୁ ନିଜ ଚାକିରୀ ଜୀବନର ପ୍ରଥମ ବିଭାଗୀୟ ମୁଖ୍ୟଙ୍କ ଠାରୁ ଶିକ୍ଷା କରିଥିବା ମହତ ଗୁଣଗୁଡିକ ସମ୍ପର୍କରେ ପ୍ରକାଶ କରିବା ସହ ତନ୍ମୟ କବିଙ୍କର ଅବସର ଜୀବନ ସୁଖମୟ ଏବଂ ଶାନ୍ତିମୟ ହେଉବୋଲି ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

ଛାତ୍ର ତଥା ମହାବିଦ୍ୟାଳୟର ଡ଼ିଇଓ ଜୟନ୍ତ କୁମାର ନାୟକ ଅତିଥି ଭାବେ ଯୋଗଦାନ କରି ନିଜ ଅନୁଭୂତିକୁ ପ୍ରକାଶ କରିଥିଲେ । ବିଭାଗର ସମସ୍ତ ଛାତ୍ରଛାତ୍ରୀ ମଧ୍ୟ ସାରଙ୍କ ସହ ବିତାଇଥିବା ନିଜ ଅନୁଭୂତି ପ୍ରକାଶ କରିଥିଲେ । ବିଦାୟୀ ପ୍ରାଧ୍ୟାପକ ଡକ୍ଟର କବି ମହାବିଦ୍ୟାଳୟରେ ବିତାଇ ଥିବା ନିଜ ଦୀର୍ଘ ଜୀବନ ଯାତ୍ରା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହା ପରେ ଛାତ୍ରଛାତ୍ରୀ ଓ ବିଭାଗ ତରଫରୁ ବିଦାୟୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ମହାବିଦ୍ୟାଳୟର ପରିସର ମଧ୍ୟରେ ବିଦାୟୀ ପ୍ରାଧ୍ୟାପକ ଡକ୍ଟର କବିଙ୍କ ଦ୍ଵାରା ଗଛ ରୋପଣ କରାଯାଇଥିଲା । ପରିଶେଷରେ ଛାତ୍ରୀ ବିଷ୍ଣୁପ୍ରିୟା ପତି ସଭିଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗର ସମସ୍ତ ଛାତ୍ର ଛାତ୍ରୀ ଓ ଅଧ୍ୟାପିକା ଯୋଗଦାନ କରି ସଭା କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.