Take a fresh look at your lifestyle.

ଯୁବ ସାମ୍ବାଦିକ ଦୁଷ୍ମନ୍ତଙ୍କ ଅକାଳ ବିୟୋଗରେ ଭୁବନ ପ୍ରେସ କ୍ଲବ ପକ୍ଷରୁ ଶୋକସଭା

0 30

Get real time updates directly on you device, subscribe now.

କାମାକ୍ଷାନଗର(ରାଜ କିଶୋର ରାଉତ): ଗତ ୨୫ା୭:୨୦୨୨ ତାରିଖ ରେ କାମାକ୍ଷାନଗର ଉପଖଣ୍ଡ ର କଳିଙ୍ଗ ଟିଭିର ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି (୩୦)ଙ୍କ ସଡକ ଦୁର୍ଘଟଣା ରେ ମୃତ୍ୟୁ ଘଟିଥିଲା l ଆଜି ସ୍ଥାନୀୟ କାଳୀବଜାର ବାଜିରାଉତ ପ୍ରତିମୂର୍ତ୍ତି ତଳେ ଭୁବନ ପ୍ରେସ କ୍ଲବ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।

ଆଗେଇବା ର ପ୍ରତିନିଧି ଦେବାନନ୍ଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ଶୋକସଭାରେ କ୍ଲବ ସଭାପତି ଅରୁଣ କୁମାର ସାହୁ ସଭାପତିତ୍ବ କରିଥିଲେ l ମୁଖ୍ୟ ଅତିଥି ଭାବେ ଭୁବନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିର୍ବାଦ ପରିଡା, ସମ୍ମାନିତ ଅତିଥି ଭାବେ ଥାନା ଅଧିକାରୀ ସୌଭାଗ୍ଯ କୁମାର ସ୍ଵାଇଁ, ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଉପସ୍ଥିତ ରହି ସ୍ୱର୍ଗତ ଦୁଷ୍ମନ୍ତଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରି ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଦୁଷ୍ମନ୍ତ ଜଣେ ନିର୍ଭୀକ ସାମ୍ବାଦିକ ରହି କାମାକ୍ଷାନଗର ଉପଖଣ୍ଡର ବିଭିନ୍ନ ଅଂଚଳ ଲୋକମାନଙ୍କର ମୌଳିକ ସମାସ୍ୟା ଓ ଖବରକୁ ପ୍ରଶାସନ ନିକଟରେ ପହଁଚାଇବା ସହିତ କଳିଙ୍ଗ ଟିଭି ମାଧ୍ୟମରେ ଲୋକଲୋଚନକୁ ଆଣିପାରିଥିଲେ । ସେ ଜଣେ ମିଷ୍ଟଭାଷି, ସଚ୍ଚୋଟ, ପରୋପକାରୀ, ଆମାୟୀକ ବ୍ୟକ୍ତିତ୍ୱ ଥିଲେ ।

ବ୍ଲକ୍ ର ବିଭିନ୍ନ ବୈଦୁ୍ୟତିକ ଓ ଛାପା ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ସ୍ୱର୍ଗତ ଦୁଷ୍ମନ୍ତଙ୍କ ବିଷୟରେ ନିଜ ନିଜର ମତବ୍ୟକ୍ତି କରିଥିଲେ । ପ୍ରକାଶଥାଉକି, ଉକ୍ତ ଦିନ ଦୁଷ୍ମନ୍ତ ଭୁବନ ବ୍ଲକ୍ କାର୍ଯ୍ୟାଳୟକୁ ଜିଲ୍ଲାପାଳଙ୍କ ଜନଶୁଣାଣିର ଖବର ସଂଗ୍ରହ ପାଇଁ ଯାଉଥିବା ସମୟରେ ୫୩ନଂ ଜାତୀୟ ରାଜପଥର ଭୁବନ ଥାନାଛକ ନିକଟରେ ଅଜଣା ଗାଡି ଧକ୍କାରେ ଗୁରୁତର ହୋଇ ପ୍ରଥମେ ଭୁବନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପରେ କଟକ ବଡ ମେଡିକାଲରେ ଭର୍ତି ହୋଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଖବର ପାଇ ସ୍ଥାନୀୟ ଅଂଚଳ ତଥା ଢେଙ୍କାନାଳ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଥିଲା । ଭୁବନ ବ୍ଲକ୍ ଅନ୍ତର୍ଗତ କୁନିନ୍ଦା ପଂଚାୟତର ରେଣନ୍ଦାପାଟଣା ତାଙ୍କ ପୈତୃକ ଗ୍ରାମରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା ।

 ଏହି ସ୍ମୃତି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସ୍ତମ୍ଭାକାର ପ୍ରେମାନନ୍ଦ ପାଣିଗ୍ରାହୀ, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ, ଯୁବ ସମାଜସେବୀ ବିନୋଦ ମହାରଣା, ନୂଆବଜାର ବଣିକ ସଂଘ ସଭାପତି ଦୁଷ୍ମନ୍ତ ପୃଷ୍ଟି, ଯୁବନେତା ସୁଶାନ୍ତ ପୃଷ୍ଟି, ଅଜୟ ସେଠି ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ସ୍ୱର୍ଗତ ଦୁଷ୍ମନ୍ତ ମହାନ୍ତିଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ଶେଷରେ ସାମ୍ବାଦିକ ପପୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.