Take a fresh look at your lifestyle.

ମାର୍ଥାପୁରରେ ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା

0 10

Get real time updates directly on you device, subscribe now.

କାମାକ୍ଷାନଗର (ରାଜ କିଶୋର ରାଉତ): ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ରେ ପାନୀୟଜଳ ଯୋଗାଣ ରେ ଅବ୍ଯବସ୍ଥା ଦେଖିବାକୁ ମିଳୁଛି I ଜିଲ୍ଳା ପ୍ରଶାସନ ପକ୍ଷରୁ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ସଠିକ୍ ଭାବରେ ପହଁଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ପଞ୍ଚାୟତ ପ୍ରଶାସନ ଢିଲା ମନୋବୃତ୍ତି ଯୋଗୁ ଆଗକୁ ବଡ଼ ଧରଣର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି I

ମାର୍ଥାପୁର ଗ୍ରାମକୁ ପାନୀୟଜଳ ଯୋଗାଣ ପାଈଁ ବସୁଧା ଯୋଜନାରେ ରାମିଆଳ ନଦୀ କୂଳରେ ଲକ୍ଷ୍ଯ ଲକ୍ଷ୍ଯ ଟଙ୍କାର ପ୍ରକଳ୍ପ ନିର୍ମାଣ କରାଯାଇଛି I ମୁଖ୍ୟ ପାଇପଲାଇନ୍ ରୁ ପ୍ରତି ୱାର୍ଡ କୁ ସଂଯୋଗ କରିବା ପାଇଁ ଏକ ଚାମ୍ବର ଭିତରେ ଚାବି ବ୍ୟବସ୍ଥା କରାଯାଇଛି I ମାର୍ଥାପୁର ବଜାର ପାଖ ପ୍ରକାଶ ମିଶ୍ର ସାମ୍ନାରେ ଆନନ୍ଦପୁର ଗ୍ରାମକୁ ସଂଯୋଗ କରୁଥିବା ପାଣି ପାଇପ୍ ଚାମ୍ବର ଭିତରେ ଥିବା ଚାବି ବହୁତ୍ ଦିନ ହେବ ଖରାପ ଯୋଗୁ ପାଣି ରାସ୍ତାରେ ମାଡ଼ୁଛି ଯାହା ଫଳରେ ପଥଚାରୀ ମାନେ ଦୁର୍ଘଟଣା ଶିକାର ହେଉଛନ୍ତି I

ଚାମ୍ବର ଉପରେ ସ୍ଲାପ୍ ପଡ଼ିନଥିବା ହେତୁ ବିଭିନ୍ନ ପ୍ରକାରର ଅଳିଆ ଆବର୍ଜନା ପଚା ସଢ଼ା ପାଣି ଭର୍ତି ହୋଇ ରହୁଥିବାରୁ ପାନୀୟଜଳ ଦୂଷିତ ହେଉଛି I ଅଭିଯୋଗ ସତ୍ତ୍ଵେ ବହୁତ୍ ଦିନ ହେବ ଚାବି ମରାମତି ହେଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି I

ପାନୀୟଜଳ ସିଧା ସଳଖ ଘର କୁ ସଂଯୋଗ ହୋଇଥିବା ରୁ ଦୂଷିତ ପାଣି ବ୍ୟବହାର କରିବା ଦ୍ଵାର ଆଗକୁ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହେବା ନେଇ ଅନୁମାନ କରାଯାଉଛି I ପାନୀୟଜଳ ଯୋଗାଣ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ଖୁବ୍ ଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ରେ ଦାବୀ ହେଉଛି

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.