Take a fresh look at your lifestyle.

ମଠକରଗୋଳା ମହାବିଦ୍ୟାଳୟରେ +୨ ବିଜ୍ଞାନ ଓ ବାଣିଜ୍ୟରେ ଶତ ପ୍ରତିଶତ ଫଳାଫଳ

0 90

Get real time updates directly on you device, subscribe now.

କାମାକ୍ଷାନଗର(ରାଜ କିଶୋର ରାଉତ):  +୨ ମାଧ୍ୟମିକ ଶିକ୍ଷା ପରିଷଦ,ଓଡ଼ିଶା ଦ୍ଵାରା ପରିଚାଳିତ ଚଳିତବର୍ଷ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମଠକରଗୋଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଶତ ପ୍ରତିଶତ ଫଳାଫଳ ପ୍ରାପ୍ତ ହେବାର ଏକ ବିରଳ ରେକର୍ଡ ସ୍ଥାପନା କରିଛନ୍ତି ।

+୨ ବିଜ୍ଞାନରେ ୧୦୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଶତପ୍ରତିଶତ ଅର୍ଥାତ ୧୦୬ ଜଣ ପାସ କରିଛନ୍ତି । ଏଥି ମଧ୍ୟରୁ ୯୭ ଜଣ ପ୍ରଥମ ଶ୍ରେଣୀ, ୦୮ ଜଣ ଦ୍ୱିତୀୟ ଶ୍ରେଣୀ ଓ ୦୧ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି । ଶ୍ରୀ ମଳୟ ଚାନ୍ଦ ସାହୁ ୫୨୯ ନମ୍ୱର ରଖି ମହାବିଦ୍ୟାଳୟର ଟପ୍ପର ହୋଇଛନ୍ତି ।

ସେହିପରି ବାଣିଜ୍ୟ ବିଭାଗରେ ଶତ ପ୍ରତିଶତ ଫଳାଫଳ ପ୍ରାପ୍ତ ହୋଇଛି । ୩୩ ଜଣ ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରୁ ୧୪ ଜଣ ପ୍ରଥମ ଶ୍ରେଣୀ,୦୯ ଜଣ ଦ୍ୱିତୀୟ ଶ୍ରେଣୀ ଓ ୧୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ ଓ ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରଫେସର ଶ୍ରୀ ସୁଧାଂଶୁ ଶେଖର ପାତ୍ର, ବିଜ୍ଞାନ ବିଭାଗର ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପାତ୍ର ଛାତ୍ରଛାତ୍ରୀ,ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.