Take a fresh look at your lifestyle.

ସଡକ ଦୁର୍ଘଟଣାରେ ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି ଙ୍କ ଅକାଳ ବିୟୋଗ

0 20

Get real time updates directly on you device, subscribe now.

ଭୁବନ : ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଥାନା ଛକ ନିକଟରେ ସଡକ ଦୁର୍ଘଟଣାରେ କଳିଙ୍ଗ ଟିଭି ର ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି (୩୦) ଙ୍କର ଅକାଳ ବିୟୋଗ ହୋଇଛି ।

ପ୍ରାପ୍ତ ଖବରରୁ ପ୍ରକାଶ ଯେ ,ଆଜି ସୋମବାର ସକାଳ ୧୦ ଘଟିକା ସମୟରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିରକୁ ଖବର ସଂଗ୍ରହ ନିମନ୍ତେ ନିଜ ଗ୍ରାମ ରେନନ୍ଦାପାଟଣା ରୁ ମୋଟର ସାଇକେଲରେ ଆସୁଥିବା ବେଳେ ଥାନା ଛକ ନିକଟରେ ଦୁର୍ଘଟଣା ହୋଇଥିଲା । ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ବୋଲି କୁହାଯାଉଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା ଓ ତାଙ୍କ ସହିତ ଆସୁଥିବା ସଂପର୍କୀୟ ଭଉଣୀ ଗୁରୁତର ଆହତ ହୋଇଥିଲେ ।

ଭୁବନ ପୋଲିସ ସହାୟତାରେ ଉଭୟ ଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ଦୁଷ୍ମନ୍ତ ଙ୍କୁ କଟକ ବଡ ଡାକ୍ତରଖାନା ଓ ତାଙ୍କ ଭଉଣୀଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ପଠାଯାଇଥିଲା । ଭୁବନ ମହିଳା ମହାବିଦ୍ୟାଳୟରେ ଯୁକ୍ତ ତିନି ରେ ଅଧ୍ୟୟନ କରୁଥିବା ତାଙ୍କ ଭଉଣୀଙ୍କର ଡାହାଣ ଗୋଡ ଭାଙ୍ଗି ଯଇଥିବା ଜଣାପଡିଛି ।

କଟକ ରେ ଚିକିସôିତ ହେଉଥିବା ବେଳେ ଅପରାହ୍ନ ୩.୩୫ ମିନିଟ ସମୟରେ ଦୁଷ୍ମନ୍ତ ଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ଭୁବନ ସାମ୍ବାଦିକ ଓ ବୁଦ୍ଧିଜୀବୀ ମହଲ ରେ ଗଭୀର ଶୋକର ଛାୟା ଖେଳିଯାଇଥିଲା ।

ଜଣେ ଯୁବ ସମାଜସେବୀ , କର୍ତବ୍ୟନିଷ୍ଠ ଓ ପ୍ରତିଭାବାନ ସାମ୍ବାଦିକ ଭାବେ ଦୁଷ୍ମନ୍ତ ସ୍ଥାନୀୟ ଅଂଚଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ତାଙ୍କ ଅକାଳ ବିୟୋଗ ଭୁବନ ସାମ୍ବାଦିକ ମହଲ ପାଇଁ ଅପୂରଣୀୟ କ୍ଷତି ବୋଲି ଏକ ଶୋକ ବାର୍ତାରେ କୁହାଯାଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.