Take a fresh look at your lifestyle.

ଶ୍ରମିକ ଭାବେ କାମ କରିବାକୁ ଯାଇ ଯୁବକ ନିଖୋଜ, ଥାନାର ଦ୍ୱାରସ୍ତ ହେଲେ ମା

0 39

Get real time updates directly on you device, subscribe now.

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):ପରଜଙ୍ଗ ଥାନା ନୂଆଁ ରୋଡ଼ ଗ୍ରାମର କମଳା ନାଏକ ଙ୍କ ପୁଅ ଦୀପକ ନାଏକ(୨୮) ଶ୍ରମିକ ଭାବେ କାମ କରିବା ପାଇଁ ହରିୟାନା ରାଜ୍ୟ କୁ ଯାଇଥିଲା । ମା କମଳା ପରଜଙ୍ଗ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ପୁଅ ଦୀର୍ଘ ୯ ମାସ ହେଲାଣି ହରିୟାନା ରାଜ୍ୟର କର୍ନେଲ ଜିଲ୍ଲା ଘାରୁଣ୍ଡା ବ୍ଲକ ଗିନାପୁରା ଗ୍ରାମରେ ଥିବା ଏସଏନ ଟାସ୍କୁ ଫାବ ରେ କାର୍ଯ୍ୟ କରୁଥିଲା ବେଳେ ଗତ ୧୨/୦୭/୨୦୨୨ ଠାରୁ କେଉଁ ଆଡେ ନିଖୋଜ ଅଛନ୍ତି ।

ସେଠାରେ ଥିବା ସମ୍ପର୍କୀୟ ଭାଇ ମାନସ ନାଏକ ସେହି କମ୍ପାନୀ ରେ କାମ କରୁଥିବାରୁ ସେ ବହୁତ ଖୋଜା ଖୋଜି କରିଥିଲେ ନପାଇବାରୁ ଘର ଲୋକଙ୍କୁ ଖବର ଦେଇଥିଲେ । ଅସହାୟ ମା କମଳା ପୁଅକୁ ସୁରକ୍ଷିତ ଘରକୁ ଫେରେଇ ଆଣିବା ପାଇଁ ପରଜଙ୍ଗ ଥାନାରେ ଆଶ୍ରୟ ନେଇଛନ୍ତି । ସେ ଏହାର କପି ଢେଙ୍କାନାଳ ଜିଲ୍ଲାପାଳ,ଜିଲ୍ଲା ଶ୍ରମ ଅଧିକାରୀ, ରାଜ୍ୟ ଶ୍ରମ ନିର୍ଦେଶକ ଙ୍କୁ ପ୍ରେରଣ କରିଛନ୍ତି ।

ଏ ସମ୍ପର୍କରେ ପରଜଙ୍ଗ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ରଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ନିଖୋଜ ହେଇଥିବା ଯୁବକର ମା ଏକ ଅଭିଯୋଗ ପତ୍ର ଦେଇଛନ୍ତି ଥାନା ରେ ରେଜିଷ୍ଟି କରାଯାଇଛି ଏବଂ ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ଙ୍କୁ ଜଣାଇବୁ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.