Take a fresh look at your lifestyle.

ବଜ୍ରପାତରେ ଯୁବକଙ୍କ ମୃତ୍ୟୁ

0 27

Get real time updates directly on you device, subscribe now.

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):ପରଜଙ୍ଗ ଥାନା କୁଆଳୁ ଗ୍ରାମର ଅଘଟଣ ଘଟିଛି ।ବର୍ଷାରେ ହୋଇଥିବା ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କୁଆଳୁ ଗ୍ରାମର ବିଭୁତି ନାଏକ(୪୫) ।

ସୂଚନା ଅନୁସାରେ ବିଭୁତି ଜମିରେ କାମ କରୁଥିଲା ବେଳେ ହଠାତ ବଜ୍ରପାତ ରେ ଟଳି ପଡ଼ିଥିଲେ । ପାଖରେ କାମ କରୁଥିବା ଲୋକମାନେ ତୁରନ୍ତ ପରଜଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ସେଠାରେ ଡାକ୍ତର ତାଙ୍କୁ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ରେ କୁଆଳୁ ଗ୍ରାମ ଓ ଆଖପାଖ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି । ଏ ସମ୍ପର୍କରେ ପରଜଙ୍ଗ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ରଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ତଦନ୍ତ ଜାରିଅଛି ।

ସେ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହେଇଥିବାରୁ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.