Take a fresh look at your lifestyle.

ଏନଏଚ ୫୫ ବିପର୍ଯ୍ୟସ୍ତ ନେଇ ଢେଙ୍କାନାଳ ବନ୍ଦ ଡାକରା ସଫଳ

ରେଳ, ବସ ଚଳାଚଳ ଠପ, ଏନଏଚଏଆଇ କାର୍ଯ୍ୟାଳୟରେ ତାଲା

0 34

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ପ୍ରତିବାଦରେ ଶୁକ୍ରବାର ଦିଆଯାଇଥିବା ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ଡାକରା ସଫଳ ହୋଇଛି । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିଲା । ଗାଡି ମଟର ବନ୍ଦ ରହିଥିବାବେଳେ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, କୋର୍ଟ, କଚେରୀ ଆଦି ସ୍ୱତଃପ୍ରବୃତ୍ତ ଭାବେ ବନ୍ଦ ରହିଥିଲା । ଦୁଇଘମ୍ଟା ରେଳ ଚଳାଚଳ ଓ ୮ ଘଣ୍ଟା ଟ୍ରେନ୍ ସେବା ବନ୍ଦ ରହିଥିଲା ।

ଫଳରେ ଜନଜୀବନ ଠପ ହୋଇପଡିଥିଲା । ଢେଙ୍କାନାଳ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୫୫ ନମ୍ବର ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଦିନ ହେବ ବିପର୍ଯ୍ୟସ୍ତ ହୋଇପଡିଥିଲେ ମଧ୍ୟ ପ୍ରଶାସନ ଏବଂ ସରକାର ଓ ଏନଏଚଏଆଇ ପିଡିଙ୍କ ମନୋମୁଖୀ କାର୍ଯ୍ୟକୁ ନେଇ ଶୁକ୍ରବାର ଜିଲ୍ଲା ଓକିଲ ସଙ୍ଘ, ଚାମ୍ବର ଅଫ କମର୍ସ, ସାମ୍ବାଦିକ ସଙ୍ଘ, ବସ, ଟ୍ରକ, ଟାକ୍ସି ମାଲିକ ସଙ୍ଘ, ସଚେତନ ନାଗରିକ ସଙ୍ଘ ସହିତ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦକୁ ଦଳମତ ନିର୍ବିଶେଷରେ ସମର୍ଥନ କରାଯାଇଥିଲା ।

ଢେଙ୍କାନାଳ ଓକିଲ ସଙ୍ଘର ସଭାପତି ସଞ୍ଜୟ କୁମାର ମିଶ୍ରଙ୍କ ନେତୃ୍ତ୍ୱରେ ଜିଲ୍ଲା ସିଭିଲ୍ କୋର୍ଟ ପରିସରକୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହିତ ଦକ୍ଷିଣକାଳୀ ରୋଡ୍ସ୍ଥିତ ଏନ୍ଏଚ୍ଏଆଇଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ତାଲା ପକାଯାଇଥିଲା । ସମସ୍ୟାର ସମାଧାନ ଓ ପିଡିଙ୍କ ବଦଳି ନହେବା ପର୍ଯ୍ୟନ୍ତ ଏହି ତାଲା ବନ୍ଦ ରହିବ ବୋଲି ସଭାପତି ପ୍ରକାଶ କରିଥିଲେ ।

  ପରେ ଆନେ୍ଦାଳନକାରୀମାନେ ଜିଲ୍ଲା କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ସରୋଜ କୁମାର ସେଠୀ ଦାବିପତ୍ର ଗ୍ରହଣ କରି ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ । ଜାତୀୟ ରାଜପଥ ପ୍ରାଧୀକରଣ କର୍ତ୍ତୃପକ୍ଷଙ୍କୁ ଏ ଦିଗରେ ତାଗିଦା କରାଯିବ ବୋଲି ପ୍ରକାଶ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ସଂଖ୍ୟାରେ ପୁଲିସ ମୁତୟନ ରହିଥିଲେ ।

- Advertisement -

Leave A Reply

Your email address will not be published.