Take a fresh look at your lifestyle.

ଆମ୍ ଆଦମୀ ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

0 55

Get real time updates directly on you device, subscribe now.

 ଆମ୍ ଆଦମୀ ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପୂର୍ତ୍ତ ବଙ୍ଗଳା ଠାରେ ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ମାସରେ ସିଙ୍ଗାପୁର ଠାରେ ଶତାଧିକ ଦେଶର ନେତା ମାନଙ୍କର ହେବାକୁ ଥିବା କନଭେନ୍ସନରେ ଦିଲ୍ଲୀର ଶିକ୍ଷା ଓ ସ୍ୱାସ୍ଥ୍ୟ ମଡେଲକୁ ଉପସ୍ଥାପନା କରିବାପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କେନ୍ଦ୍ର ବିଜେପି ସରକାରଙ୍କ ବାରଣ କରିବା ବିରୁଦ୍ଧରେ ଏକ ନିନ୍ଦା ପ୍ରସ୍ତାବ ଗ୍ରହଣ କରାଯାଇଥିଲା l
ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ l ସଦସ୍ୟ ବିଷ୍ଣୁପ୍ରସାଦ ପଣ୍ଡା ଦିଲ୍ଲୀର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାର ସମ୍ପର୍କରେ ସୂଚନା ଦେଇଥିଲେ l ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ପ୍ରଶାନ୍ତ ଜେନା କେନ୍ଦ୍ର ବିଜେପି ସରକାର ଦ୍ୱାରା ଅଳ୍ପ କେତୋଟି ଲୋକଙ୍କର ଏଗାର ଲକ୍ଷ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟାଙ୍କ ଋଣ ଛାଡ଼ କରି ଗରିବ ଓ ମଧ୍ୟବିତ୍ତ ଲୋକଙ୍କୁ ଶୋଷଣ କରିବା ସମ୍ପର୍କରେ ସୂଚନା ଦେଇଥିଲେ l
ଜିଲ୍ଲା ଆବାହକ ଶ୍ରୀ ନାୟକ ଜିଲ୍ଲାରେ ସଂଗଠନକୁ ଆହୁରି ମଜବୁତ କରିବାପାଇଁ ଜୋନ୍ ଇନଚାର୍ଜ ଓ ପଞ୍ଚାୟତ ଇନଚାର୍ଜ ଚୟନ ଏବଂ ଦେୟ ମୁକ୍ତ ବିଜୁଳି ଆନ୍ଦୋଳନ ଫର୍ମ ଦସ୍ତଖତ ଅଭିଯାନକୁ ତ୍ୱରାନ୍ୱିତ କରିବାପାଇଁ ଆହ୍ୱାନ ଦେଇଥିଲେ l ସଂଗଠନକୁ ମଜବୁତ କରିବାପାଇଁ ବିଷ୍ଣୁପ୍ରସାଦ ପଣ୍ଡାଙ୍କୁ ଜିଲ୍ଲା ସମ୍ପାଦକ, ଶ୍ରୀମତୀ ସ୍ନେହଲତା ମହାନ୍ତିଙ୍କୁ ଜିଲ୍ଲା ମହିଳା ସଭାପତି, ରମେଶ ଚନ୍ଦ୍ର ପଣ୍ଡା ଓ ପର୍ଶୁରାମ ମହାଭୋଇଙ୍କୁ ଉପସଭାପତି, ଜିତେନ୍ଦ୍ର ବେହେରାଙ୍କୁ ଜିଲ୍ଲା ସୋସିଆଲ ମିଡ଼ିଆ ପ୍ରଭାରୀ, ବିଭୁତି ପ୍ରଧାନ ଓ ଅଜୟ ନାଏକଙ୍କୁ ଯୁବ ସଂଗଠନର ଉପସଭାପତି ଭାବେ ସର୍ବ ସମ୍ମତିକ୍ରମେ ଅସ୍ଥାୟୀ ଚୟନ କରାଗଲା l

 

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.