Take a fresh look at your lifestyle.

ଶ୍ୱଶୁର-ବୋହୂ କଳିର କରୁଣ ପରିଣତି : ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ

ଗୁରୁତର ଅବସ୍ଥାରେ ବୋହୂ ମେଡ଼ିକାଲରେ ଭର୍ତ୍ତି

0 89

Get real time updates directly on you device, subscribe now.

କଙ୍କଡାହାଡ଼ (ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ କୁଟୁରିଆ ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କୁଟୁରିଆ ଗାଁର ବେଣୁଧର ପ୍ରଧାନ(ବେନୁ)(୫୨) । ବୋହୂ ଯଶୋଦା ପ୍ରଧାନ(୨୫) ଗୁରୁତର ହୋଇଛନ୍ତି ।ଯଶୋଦାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ , ଗତକାଲି ରାତି ପ୍ରାୟ ୭ଟା ସମୟରେ କୌଣସି କଥାକୁ ନେଇ ଶ୍ୱଶୁର ବେଣୁଧର ପଧାନ(ବେନୁ) ଓ ବୋହୂ ଯଶୋଦା ପଧାନଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ହାତାହାତି ଓ ପରେ ଟାଙ୍ଗିଆରେ ହଣା ହାଣି ହୋଇଥିଲେ । ଘଟଣା ସ୍ଥଳରେ ଉଭୟ ବେଣୁଧର ଓ ଯଶୋଦା ଗୁରୁତର ହେଇ ପଡିଥିଲେ । ଗ୍ରାମବାସୀ ଉଭୟଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ତେବେ ସେଠାରେ ଡାକ୍ତର ବେଣୁଧରଙ୍କୁ ମୃତ ଘୋଷଣା କରିଛନ୍ତି ଏବଂ ଯଶୋଦାଙ୍କ ଅବସ୍ଥା ଅଧିକ ଗୁରତର ଥିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଯଶୋଦା ଏବେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ବେଣୁଧର ଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରସଯାଇଥିଲା ରୀତିନୀତି ଅନୁସାରେ ଗ୍ରାମ ସ୍ମଶାନ ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

ଏ ସମ୍ପର୍କରେ ମହାବିରୋଡ଼ ଫାଣ୍ଡି ଅଧିକାରୀ ପ୍ରଦୀପ ରଞ୍ଜନ ପାତ୍ରଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି କେଉଁ ପରିସ୍ଥିତିରେ ଘଟଣା ଘଟିଅଛି ତଦନ୍ତ ଜାରିଅଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.