Take a fresh look at your lifestyle.

ବିଶ୍ଵ ସାପ ଦିବସ ପାଳିତ

0 12

ଢେଙ୍କାନାଳ: ଗଣେଶ ବଜାର ସ୍ଥିତ ଗୋପବନ୍ଧୁ ଟାଉନ ହଲଠାରେ ଜିଲ୍ଲା ର ଜିବ ଜନ୍ତୁ ର କଲ୍ୟାଣ ଓ ଥାଇ ଥାନ ସଂଗଠନ(ଆୱ । ଡ) ପକ୍ଷରୁ ବିଶ୍ଵ ସାପ ଦିବସ ପାଳିତ ହୋଇ ଯାଇଛି । ଅତିଥି ମାନଙ୍କୁ ପରିଚୟ ପ୍ରଦାନ କରାଯାଇ ଫୁଲ ତୋଡ଼ା ପ୍ରଦାନ କରାଯାଇଥିଲା ଓ ପରେ ଦିପ ପ୍ରଜ୍ବଳନ କରି ଉଦ୍ ଘାଟନ କରିଥିଲେ ।

ମୁଖ୍ୟ ଅତିଥି ଭାବରେ ପୌର ପାଳିକା ଅପକ୍ଷା ଶ୍ରୀମତି ଜୟନ୍ତୀ ପାତ୍ର, ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଜ୍ୟୋତିଶ ରଂଜନ ମିଶ୍ର, ଭଦ୍ରକରୁ ସାପ ଉଦ୍ଧାର କାରି ଦଳର ମୁଖ୍ୟ ଟୁକୁନା ସ୍ଵାଇଁ ଓ ମିର୍ଜା ମହମଦ, କଟକର ସାପ ଉଦ୍ଧାର କାରି ମୂଖ୍ୟ ଶୁଭେନ୍ଦୁ ସ୍ଵାଇଁ, ଇକୋ କ୍ଲବ ମାଷ୍ଟର ଟ୍ରେନର ଦିପ୍ରିମୟୀ ଲେଙ୍କା, ଢେଙ୍କାନାଳ ସାପ ଉଦ୍ଧାର କାରି ଦଳର ସଭାପତି ରାଜେନ୍ଦ୍ର ପ୍ରସାଦ ପାଣି ଗ୍ରାହୀ, ଢେଙ୍କାନାଳ ପୌରାଞ୍ଚଳ ୱାର୍ଡ ନମ୍ବର ୩ ର କାଉନସିଲର ଅଭିମନ୍ୟୁ ପଣ୍ଡା,୧୨ ନମ୍ବର କାଉନସିଲର ଶୁଭ ଲକ୍ଷ୍ମୀ ସାହୁ,୬ ନମ୍ବର କାଉନସିଲର ସନ୍ଦିପ ସଡଙ୍ଗି, ସମାଜସେବି ପ୍ରଦ୍ୟୁନ ରଥ, ସମାଜ ସେବି ସ୍ନିଗ୍ଧ|ରାଣୀ ସାମଲ ଙ୍କ ଉପସ୍ଥିତିର ଏହି ସାପ ଦିବସଟି ଉଦ୍ ଘାଟନ ହୋଇଥିଲା ।

ଶତୃପା ଓଡ଼ିଶି ରିର୍ସଚ ସେଣ୍ଟର । ଦେଉଳ ସାହି ପକ୍ଷରୁ ପରିବେଶ ଉପରେ ପ୍ରଥମେ ଏକ ଗୀତ ପରିବେଶଣ କରାଯାଇଥିଲା, ଇକୋ କ୍ଳବ ର ଟ୍ରେନର ସାପମାନଙ୍କ ସୁରକ୍ଷା ବିଷୟରେ କହିଥିଲେ ଓ ସହରର ମୁଖ୍ୟ ରାସ୍ତା ଓ ବ୍ଲ୍ କ ମାନଙ୍କରେ ସ୍ନେକ ସାହାଯ୍ୟ କରି ଦଳର ନାମ ଓ ନମ୍ବର ସହିତ ବୋଡ଼ ଲଗାଯାଉ ଏହା କଲେ ସାପମାନଙ୍କୁ ଆଉ କେହି ମାରିବେ ନାହିଁ। ୱାର୍ଡ ନମ୍ବର ୬ ର କାଉନସିଲର ଗାଈ ଗୋରୁ ମାନଙ୍କୁ ଯେ ଭଳି ସହରରେ ସୁବିଧାର ଖାଦ୍ୟ ପାଇ ପାରିବେ ଓ ଘରର ପେଜ ଓ ତୋରାଣି କୁ ନ ଫୋପାଡି ବାହାରେ ରଖିବାକୁ ପରାମର୍ଶ ଦେଲେ ।

ସମାଜସେବି ପ୍ରଦୃନ୍ନ ରଥ କହିଥିଲେ ମଣିଷ ମାନଙ୍କରେ ବି ସାପ ଦିବସ ଅଛି ଯେମିତିକି କାର୍ତ୍ତିକ ମାସର ନାଗ ଚତୁର୍ଥୀ । ଶେଷରେ ଯାଦୁଗର ବିମଳ ବିଶ୍ଵାଳ, ହିନ୍ଦୋଳ ରୁ ଆସି ବିଶ୍ୱ ସାପ ଦିବସ ଉପଲକ୍ଷେ ମନୋରଂଜନ କାର୍ଯ୍ୟକ୍ରମ କରାଇଥିଲେ । ଏହି କାର୍ଯ୍ୟ କ୍ରମରେ ଢେଙ୍କାନାଳ ସେବା ସମ୍ମାନ ୨୦୨୨ ବଜରଙ୍ଗୀ କ୍ଳବ, ହେଲପିଙ୍ଗ ହ୍ୟାଣ୍ଡ ଓ ତ୍ରିନାଥ କ୍ଳବ କୁ ଉତ୍ତରୀ ସହିତ ସିଲ୍‌ ଦିଆଯାଇଥିଲା ।

ଏହି ସଂଘର ମୋଟ ୭୯ ଜଣ ସଦସ୍ୟ ଉପସ୍ଥିତ ଥିଲେ ସେମାନଙ୍କ ମଧ୍ୟରୁ ଦିପକ କୁମାର ସିଂଙ୍ଗ, ସୂର୍ଯ୍ୟକାନ୍ତ ବେହେରା, ସୋମ୍ୟ ଜିତ ରଥ, ଦେବି ପ୍ରସନ୍ନ ଦାସ, ମହେନ୍ଦ୍ର ପ୍ରତାପ ଭୂତିଆ, ଦେବରାଜ ମହାପାତ୍ର, ତାପସ ମହାଭୋଇ,ରିକାଶ କୁମାର,ଆଦ୍ୟାଶା ମିଶ୍ର,ଚନ୍ଦ୍ରକାନ୍ତ ବାରିକ ଓ ଅନ୍ୟ କର୍ମ କର୍ତ୍ତା ଙ୍କ ଉପସ୍ଥିତିରେ ଏହି ସାପ ଦିବସଟି ପାଳନ କରାଯାଇଥିଲା। ମଞ୍ଚ ପରିଚାଳନା କରିଥିଲେ ଚନ୍ଦନ କୁମାର ନାୟକ ଓ ସୌମ୍ୟଜିତ ରଥ ଅନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Leave A Reply

Your email address will not be published.