Take a fresh look at your lifestyle.

ବିନା ସୂଚନା ଫଳକରେ ତରବାରୀଆ ଭାବେ ଚାଲିଛି ନିର୍ମାଣ କାର୍ଯ୍ୟ

ଯନ୍ତ୍ରୀ ଙ୍କ ପଡୁନି ନଜର, ଗ୍ରାମବାସୀ ଆଣିଲେ ଅଭିଯୋଗ !!

0 153

କାମାକ୍ଷାନଗର (ରାଜ କିଶୋର ରାଉତ ):ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତର ନୂତନ ପଞ୍ଚାୟତ ଅଫିସ୍ ପଛପାର୍ଶ୍ବ ରେ ତରବରିଆ ଭାବେ ଏକ ଗୃହ ନିର୍ମାଣ ହେବା ସହ ତାହା ପୁଣି ବିନା ସୂଚନା ଫଳକରେ ଚାଲିଛି I ସୂଚନା ଅନୁଯାୟୀ ରାଜ୍ଯ ସରକାରଙ୍କ ତରଫରୁ ପ୍ରତି ପଞ୍ଚାୟତ କୁ ବର୍ଜ୍ୟବସ୍ତୁ ପରିଚାଳନା ପୃଥକୀକରଣ ଗୃହ ନିର୍ମାଣ ହୋଇଛି I

ଯାହା ଫଳରେ ପଞ୍ଚାୟତର ପ୍ରତିଟି ୱାର୍ଡ ରୁ ବର୍ଜ୍ୟବସ୍ତୁ ଏକ ଟ୍ରଲି ସାହାଯ୍ୟରେ ସଂଗ୍ରହ କରାଯାଇ ନିର୍ମାଣ ହୋଇଥିବା ଗୃହରେ ସରକ୍ଷିତ କରି ପ୍ରତି ମାସରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଏକ ଗାଡି ସାହାଯ୍ଯରେ ଇଟିପି ପ୍ଲାଣ୍ଟ କୁ ସ୍ଥାନାନ୍ତର କରାଯିବ I ଏଠି ପ୍ରଶ୍ନ ଉଠୁଚି ପଞ୍ଚାୟତ ରେ ନିର୍ମିତ ହୋଇଥିବା ବର୍ଜ୍ୟବସ୍ତୁ ପରିଚାଳନା ପୃଥକୀକରଣ ଗୃହ ଜନ ଗହଳି ସ୍ଥାନ ଠାରୁ କିଛି ମାତ୍ର ଦୂରରେ ନିର୍ମାଣ ହେବା କଥା କିନ୍ତୁ ଏଠି ନିର୍ମାଣ ହୋଇଥିବା ସ୍ଥାନର ଚତୁଃପାର୍ଶ୍ଵ ରେ ମେଡିକାଲ୍, ଏଏନଏମ୍ ସେଣ୍ଟର, ମିସନ୍ ଶକ୍ତି ଗୃହ ଓ ପଛ ପାର୍ଶ୍ଵରେ ଜନ ବସତି ଗଢିଉଠିଛି ଏପରି ସ୍ଥାନରେ ନିର୍ମାଣ ହୋଇଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି I

ପଞ୍ଚାୟତ ଅଫିସ୍ କୁ ଲାଗିକି ବର୍ଜ୍ୟବସ୍ତୁ ଗୃହ ନିର୍ମାଣ ହୋଇଥିବା ରୁ ଆଗାମୀ ଦିନରେ ନୂତନ ଅଫିସ କାର୍ଯ୍ୟକରି ହେଲେ ଦୈନିକ ଲୋକମାନେ ନିଜ ନିଜର ଅଭିଯୋଗ କରିବା ଆସିବେ ଯଦି ତାର କୌଣସି କୁପ୍ରଭାବ ପଡିବା ନେଇ ଆନୁମାନ କରାଯାଉଛି I କାର୍ଯ୍ୟ ଆରମ୍ଭ ରୁ ସୂଚନା ଫଳକ ରହୁଥିବା ବେଳେ ଏଠି କିନ୍ତୁ କାଯ୍ୟ ଶେଷ ହେବାକୁ ବସିଲାଣି ନା ସୂଚନା ଫଳକ ନା କାର୍ଯ୍ୟ ବିବରଣୀ I

ନିର୍ମାଣ ଗୃହ ଉପରେ ଯନ୍ତୀ ଓ ଅଧିକାରୀ ଦୃଷ୍ଟି ଦେଉନଥିବା ରୁ ତରବରିଆ ଭାବେ ନିମ୍ନ ମାନର କାମ କରି ଅଧିକ ଟଙ୍କା ହଡପ କରିଦେଇଥିବା ନେଇ ସମ୍ପୃକ୍ତ ଠିକାଦାର ଉପରେ ସନ୍ଦେହ ସୃଷ୍ଟି ହେଉଛି I

ଏ ନେଇ କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ମିଶ୍ର ଙ୍କୁ ପଚାରିବାରୁ ଏକ ଲକ୍ଷ୍ୟ ଟଙ୍କାର କାମ ନିର୍ମାଣ ସାରିଲେ କାନ୍ଥରେ ସୂଚନା ଫଳକ ଦର୍ଶାଇବା ନେଇ ସୂଚନା ଦେଇଛନ୍ତି I ବ୍ଲକ୍ ଉପାଧ୍ୟକ୍ଷା କୁହନ୍ତି ଏ ପର୍ଯ୍ୟନ୍ତ କାର୍ଯ୍ୟ ବିଷୟରେ ଜାଣି ନାହାଁନ୍ତି କନିଷ୍ଠ ଯନ୍ତ୍ରୀ ଙ୍କୁ ପଠାଇ ଘଟଣାର ଅନୁଧ୍ୟାନ କରିବେ I

- Advertisement -

Leave A Reply

Your email address will not be published.