Take a fresh look at your lifestyle.

ମାର୍ଥାପୁର ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ

0 91

Get real time updates directly on you device, subscribe now.

କାମାକ୍ଷାନଗର(ରାଜ କିଶୋର ରାଉତ):ମାର୍ଥାପୁର ଉଚ୍ଚ ବିଦ୍ୟାଳୟ ପରିସରରେ 73 ତମ ବନ ମହୋତ୍ସବ ପାଳିତ ହୋଇଛି I ମଠକରଗୋଳା ବନପାଳ କଳ୍ପନା ବେହେରା ଙ୍କ ନେତୃତ୍ବରେ ମୁଖ୍ୟଅତିଥି ଭାବେ ପ୍ରଧାନ ଶିକ୍ଷକ ଅରୁଣ କୁମାର ସାମଲ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ଯକ୍ରମ ଶୁଭାରମ୍ଭ କରିଥିଲେ I

ଜାମୁ, ଶିରିସ, ଚାକୁଣ୍ଡା, ପଟାସ , ଶାଗୁଆନ ଓ ନିମ ଆଦି ବିଭିନ୍ନ କିସମର ଚାରା ପାଞ୍ଚ ହଜାର ରୁ ଉର୍ଦ୍ଧ୍ଵ ଲାଗଇବା ନେଇ ବନପାଳ ସୂଚନା ଦେଇଛନ୍ତି I

ଏହି କାର୍ଯ୍ୟକ୍ରମ ରେ ମଠକରଗୋଳା ସେକସନ ବନ କର୍ମଚାରୀ ତୁଳସୀ ସାହୁ, ମାର୍ଥାପୁର ବିଟ୍ ହାଉସ ର ବନ କର୍ମଚାରୀ ନମିତା ବେହେରା, ସ୍କୁଲ ପରିଚାଳନା କମିଟି ସଭାପତି ବିରଜା ପ୍ରସାଦ ନନ୍ଦ ଓ ସ୍କୁଲ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.