Take a fresh look at your lifestyle.

ରକ୍ତଦାନ ଶିବିର, ୩୨ ୟୁନିଟ୍ ରକ୍ତ ସଂଗୃହିତ

0 15

ଢେଙ୍କାନାଳ : ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ଠାରେ ମିଳିତ ଭାବେ ସୂର୍ଯ୍ୟାଲୋକ ଫାଉଣ୍ଡେସନ୍ ଓ ଛାୟା ଟ୍ରେଡର୍ସ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ୩୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।

ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଅଭିନବ ଡାଳୁଆ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ “ଶୋଭା’ ସ୍ୱେଚ୍ଛାସେବୀ ଅନୁଷ୍ଠାନର ନିର୍ଦେଶକ ଉଦୟେନ୍ଦୁ  ମିଶ୍ର, ପୋଲିସ୍ ଇନିସ୍ପେକ୍ଟର ସରୋଜିନୀ ସାମଦ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ । ଜିଲ୍ଲା ରେଡ଼କ୍ରସ ଉପାଧ୍ୟକ୍ଷ ତଥା ଜିଲ୍ଲା ରକ୍ତଦାତା ସଂଘର ସଭାପତି ବିରଂଚି ନାରାୟଣ ପାଣି ଶିବିରକୁ ସହଯୋଗ କରିଥିଲେ ।

ସୂର୍ଯ୍ୟାଲୋକ ଫାଉଣ୍ଡେସନ୍ ଅନୁଷ୍ଠାନର ଅଧ୍ୟକ୍ଷ ଦୀପକ ରଞ୍ଜନ ମିଶ୍ର, କାର୍ଯ୍ୟନିର୍ବାହୀ ନିର୍ଦେଶିକା ସ୍ମିତା ପ୍ରିୟଦର୍ଶିନୀ ଷଡଙ୍ଗୀ, ନିର୍ଦେଶିକା ଶୁଭଦର୍ଶିନୀ ପରିଡା, ଆଡ୍ମିନ୍ଷ୍ଟ୍ରେଟିଭ୍ ଅଫିସର୍ ଚିତରଞ୍ଜନ ନାଥ, ଉପଦେଷ୍ଟା ଶକ୍ତିପ୍ରସାଦ ହରିଚନ୍ଦନ ଏବଂ ଛାୟା ଟ୍ରେଡର୍ସ ପକ୍ଷରୁ ସୌମ୍ୟ ପ୍ରଶାନ୍ତି ନାଥ, ସେଫ୍ଟି ଅଫିସର ଜାହିର୍ ହୁସେନ୍, ନୁସୁରତ୍ ହାସ୍ମୀ, ଅଭିନାଶ ଗଡନାୟକ, ସୁଜିତ୍ ନାଏକ, ସନ୍ତୋଷ ରାଉତ, ଦୀପକ ନାୟକ, ପ୍ରିୟ ରଞ୍ଜନ ବିଶ୍ୱାଳ ଓ ମାନସ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରି ରକ୍ତଦାତାମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ

। ରକ୍ତଭଣ୍ଡାର ପକ୍ଷରୁ ଲାବୋରଟୋରୀ ଟେକ୍ନିସିଆନ୍ ପରମାନନ୍ଦ ପଣ୍ଡା, ରୋହିତ କୁମାର ଦାସ, ତପନ କୁମାର ଜେନା, ପୁରୁଷୋତମ ନାୟକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ ।

- Advertisement -

Leave A Reply

Your email address will not be published.