Take a fresh look at your lifestyle.

ଭୁବନ ଥାନା ଆଇ ଆଇ ସି ପ୍ରଶାନ୍ତ ପାତ୍ର ଙ୍କୁ ବିଦାୟ , ସୌଭାଗ୍ୟ ସ୍ୱାଇଁ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0 183

Get real time updates directly on you device, subscribe now.

ଭୁବନ: ଭୁବନ ଥାନାରେ ଆଜି ପୂର୍ବତନ ଆଇ ଆଇ ସି ପ୍ରଶାନ୍ତ କୁମାର ପାତ୍ର ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୂତନ ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ ଙ୍କୁ ସ୍ୱାଗତ କରାଯାଇଥିଲା । କାମାକ୍ଷାନଗର ଏସଡିପିଓ ରଂଜନ କୁମାର ଦେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଉଭୟ ଥାନାଧିକାରୀ ଶ୍ରୀଯୁକ୍ତ ପାତ୍ର ଓ ଶ୍ରୀଯୁକ୍ତ ସ୍ୱାଇଁ ଉପସ୍ଥିତ ଥିଲେ ।

ଭୁବନବାସୀଙ୍କ ଠାରୁ ଯେଉଁ ସ୍ନେହ,ଶ୍ରଦ୍ଧା ପାଇଛି ତାହା ଅବିସ୍ମରଣୀୟ ବୋଲି ବିଦାୟୀ ଥାନାଧିକାରୀ ଶ୍ରୀଯୁକ୍ତ ପାତ୍ର ଭାବବିହ୍ୱଳ ହୋଇ ପ୍ରକାଶ କରିଥିଲେ । ଭୁବନବାସୀ ବହୁତ ଶାନ୍ତି ପ୍ରିୟ ବୋଲି ଶୁଣିଛି,ଏଠାରେ କେବେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜେନାହିଁ,ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ତାଙ୍କର ମୁଖ୍ୟ କାମ ହେବ ବୋଲି ନୂତନ ଥାନାଧିକାରୀ ଶ୍ରୀଯୁକ୍ତ ସ୍ୱାଇଁ ପ୍ରକାଶ କରିଥିଲେ ଓ ଗଣମାଧ୍ୟମ ପ୍ରତିନିଧି ଙ୍କ ଠାରୁ ଗଠନମୂଳକ ପରାମର୍ଶ ଏବଂ ସହଯୋଗ ଲୋଡିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଏସ ଆଇ ସୁକାନ୍ତି କେର୍କେଟା , ଅନୁରାଗ ମଲ୍ଲିକ, ଅକାରଣ ବେହେରା, ଏଏସଆଇ ପ୍ରଭାତ କୁମାର ରାଉତ , ପ୍ରଦୀପ କୁମାର ସତପଥି ପ୍ରମୁଖ ଉପସ୍ଥିତ ଥିଲେ । ନଗରପାଳ ଶୁଭେନ୍ଦୁ କୁମାର ସାହୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଭୁବନ ଥାନାଧିକାରୀ ଶ୍ରୀଯୁକ୍ତ ପାତ୍ର ପର୍ଜଙ୍ଗ ଥାନାକୁ ବଦଳି ହୋଇଥିବା ବେଳେ ପର୍ଜଙ୍ଗ ଥାନାରୁ ଶ୍ରୀଯୁକ୍ତ ସ୍ୱାଇଁ ଭୁବନ ଥାନାକୁ ବଦଳି ହୋଇ ଆସିଛନ୍ତି ।

ଉଭୟ ଥାନାଧିକାରୀ ବେଶ ଦକ୍ଷ ଓ ଲୋକପ୍ରିୟ ଅଫିସର ଭାବେ ସାରା ଜିଲ୍ଲାରେ ଚର୍ଚ୍ଚିତ । ପ୍ରଥମଥର ପାଇଁ ଭୁବନ ଥାନାରେ ପୁରୁଣା ଅଧିକାରୀ ଙ୍କୁ ବିଦାୟ ଓ ନୂଆ ଅଧିକାରୀଙ୍କୁ ସ୍ୱାଗତ ଭଳି ଏକ  କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.