Take a fresh look at your lifestyle.

ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ତୃତୀୟ ସଂଧ୍ୟା

0 9

Get real time updates directly on you device, subscribe now.

ଢେଙ୍କାନାଳ:  ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ଉପଲକ୍ଷେ ସ୍ଥାନୀୟ ବାଜିଚୌକସ୍ଥିତ ଗୁଣ୍ଡିଚା ଭଜନ ସମାରୋହ କମିଟି ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଭଜନ ସମାରୋହର ଆୟୋଜନ କରାଯାଇଛି ।

ଭଜନ ସମାରୋହ କମିଟିର ସଭାପତି ରୁଦ୍ରାନ୍ତ ଦଳେଇ, ବରିଷ୍ଠ ଉପଦେଷ୍ଟା ଗଗନ ନନ୍ଦ, ସଂପାଦକ ସାଗିର୍ ମହମ୍ମଦଙ୍କ ଆୟୋଜନରେ ଏହି ତୃତୀୟ ଭଜନ ସଂଧ୍ୟାକୁ ଢେଙ୍କାନାଳର ବିଶିଷ୍ଟ ସମାଜସେବୀ ରାଜୀବ ଲୋଚନ ସିଂହଦେଓ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିବା ସହ ଢେଙ୍କାନାଳର ରଥଯାତ୍ରା ଉପରେ ଆଲୋକପାତ କରିଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି ଗୋବିନ୍ଦପୁର ସରପଂଚ ଅରୁଣ କୁମାର ପରିଡା ଯୋଗଦେଇ ଶ୍ରୀଗୁଣ୍ଡିଚା ଯାତ୍ରାର ଭଜନ ପରିବେଷଣକୁ ଗୁରୁତ୍ୱ ଦିଆଯାଇଥିବାରୁ ଖୁବ୍ ପ୍ରଶଂସା କରିଥିଲେ । “”ସୁର୍ ସାଗର ଭଜନ ଅନୁଷ୍ଠାନ”ର କଳାକାର ରଶ୍ମିରଞ୍ଜନ ପଣ୍ଡା, ସ୍ମରଣିକା ନନ୍ଦ, ପ୍ରଚତ ପାତ୍ର, ମୋନାଲିସା ଓ ସଞ୍ଜୁ ହୋତାଙ୍କ ସୁମଧୁର କଣ୍ଠରେ ଭଜନ ପରିବେଷଣ କରିଥିଲେ ।

 ମଂଚାସୀନ ଅତିଥିମାନେ ଓ ସମସ୍ତ ଭକ୍ତ ଏହାକୁ ଉପଭୋଗ କରିଥିଲେ । ସତ୍ୟନାରାୟଣ କର ମଂଚ ସଂଚାଳନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.