Take a fresh look at your lifestyle.

ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟ ୧୯୯୭ ବ୍ୟାଚ ରୈାପ୍ୟ ଜୟନ୍ତି

0 24

ଢେଙ୍କାନାଳ : ସଦର ବ୍ଳକ ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟ ପରିସରରେ ରୈାପ୍ୟ ଜୟନ୍ତି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ୧୯୯୭ ମସିହା ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ଓ ବାନ୍ଧବୀମାନେ ଏକତ୍ରିତ ହୋଇ ବନ୍ଧୁମିଳନ ହୋଇଥିଲା। ପୂଜା ପୂଜ୍ୟ ଅନୁଯାୟୀ ବିଦ୍ୟାଳୟର ପୁରାତନ ଓ ନୂତନ ଶିକ୍ଷକମାନଙ୍କୁ ଏବଂ ଅଞ୍ଚଳର କିଛି ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଦିର୍ଘ ୨୫ ବର୍ଷ ପରେ ଭୋଟଭାଟ ହୋଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। କୁନିକୁନି ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀମାନେ ସପରିବାର ସହିତ ଯୋଗ ଦେଇ ପୁରୁଣା ସ୍ତୁତିକୁ ମନେପକାଇଥିଲେ।

ଛାତ୍ରୀମାନଙ୍କ ମଧ୍ୟରୁ ରୀନା ପୃଷ୍ଟି,ସୂର୍ଯ୍ୟକାନ୍ତି ସାହୁ,ରସ୍ମିତା ନାୟକ, ନମିତା ଖଟୁଆ, ସୁମିତ୍ରା ପୃଷ୍ଟି, ପାର୍ବତୀ ବେହେରା, ସୁଲୋଚନା ଆଳୁକ, ଅନିତା ରାଉତ,ରସ୍ମିତା ସାହୁ, ତନୁ, ସୁଷମା ଆଳୁକ, ଭାରତୀ ସାହୁ,ସବିତା ସାହୁ, ବିନୋଦିନୀ ସାହୁ, ସରୋଜିନୀ ମହାପାତ୍ର ସେହିପରି ଛାତ୍ର ବିଭାଗରୁ ବିଚିତ୍ର ସାହୁ, ଲକ୍ଷ୍ମୀଧର ସାହୁ, ମାୟାଧର ସାହୁ, ସୁରେଶ ମହାପାତ୍ର, ବିଭୁତି ଭୁଷଣ ସାହୁ, ଅମାନୀ ସାହୁ,ରବିନାରାୟଣ ସାହୁ, ବ୍ରଜବନ୍ଧୁ ସାହୁ, ଜଗବନ୍ଧୁ ଆଳୁକ।, ପ୍ରଶାନ୍ତ ସାହୁ, ଗୋବର୍ଦ୍ଧନ ସାହୁ, ସନ୍ତୋଷ ସାହୁ,ପ୍ରଦିପ ସାହୁ, ପବିତ୍ର ସାହୁ, ବିଶ୍ଵନାଥ ବେହେରା, ସାଗର ସାହୁ ବଟକୃଷ୍ଣ ବେହେରା ପ୍ରମୁଖ ଯୋଗଦାନ କରି ଉତ୍ସବକୁ ସଫଳ କରିଥିଲେ।ପ୍ରଥମେ ଏହି ବ୍ୟାଚର ଜଣେ ଛାତ୍ରଙ୍କୁ ହରାଇଥିବା ଯୋଗୁଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହା ସହିତ ଶିକ୍ଷକମାନେ ଯୋଗଦେଇ ପୁରୁଣା ସ୍ତୁତିକୁ ମନେପକାଇଥିଲେ ।

ବିଭିନ୍ନ ଗ୍ରାମରୁ ଯୋଗଦେଇଥିବା ଗ୍ରାମବାସୀମାନେ ଏବଂ କାକୁଡି ଭାଗ ଗ୍ରାମପଞ୍ଚାୟତରେ ସରପଞ୍ଚ ବିଦ୍ୟାଳୟର ଗୁଣଗାନ କରିଥିଲେ । ଏହି ବିଦ୍ୟାଳୟ ପାଇଁ କାର୍ଯ୍ୟ କରି କିଛି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି ସେହିମାନଙ୍କ ପରିବାରକୁ ମରୋଣତର ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ଶେଷରେ ସମସ୍ତ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟର ସ୍ମୃତିକୁ ନେଇ ମତପ୍ରକାଶ କରିଥିଲେ। ଏହିପରି ରୈାପ୍ୟ ଜୟନ୍ତି ଆନନ୍ଦ ଉଲ୍ଲାସର ଶେଷ ହୋଇଥିଲା ।

- Advertisement -

Leave A Reply

Your email address will not be published.