Take a fresh look at your lifestyle.

ଟୋକନ ଅବଧି ସରିବାକୁ ବସିଛି: ଧାନ ଉଠାଇବାକୁ ବ୍ୟବସ୍ଥା ନାହିଁ

ଟୋକନ ଅବଧି ବୃଦ୍ଧି କରିବାକୁ ଦାବୀ

0 21

Get real time updates directly on you device, subscribe now.

ଢେଙ୍କାନାଳ: ଏବର୍ଷ ଆମ ଜିଲା ରେ ଚାଷୀ ମାନେ ଧାନ ବିକି ପାରୁ ନାହାନ୍ତି, ଶାସନ କଳ ର ଫୋକସରେ ପଞ୍ଚାୟତ ନିର୍ବାଚନ ଅଛି, ଆଉ ପ୍ରଥମ ସେବା ସମବାୟ ସମିତି ପରିବର୍ତ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ ଦାନ କିଣୁଛି । ସମନ୍ୱୟ ଅଭାବ ରୁ ସବୁଠି ଅବ୍ୟବସ୍ଥା ।

ଢେଙ୍କାନାଳ ସଦର ବ୍ଳକ ତାଳବରକୋଟ ଗ୍ରାମରେ ଥିବା ଚାଷୀ ମାନଙ୍କର ଟୋକନ ଅବଧି ଶେଷ ହୋଇଯାଉଥିବା ବେଳେ ଏ ଦିଗରେ ପଦକ୍ଷେପ ନେବାକୁ ଚାଷୀ ମାନେ ଜିଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।

ସେବାସମବାୟ ସମିତିରେ ଧାନ ଦେବା ପାଇଁ ଚାଷୀ ମାନଙ୍କୁ ଟୋକନ ମିଳିଥାଏ । ତାଳବରକୋଟଚାଷୀ ମାନଙ୍କର ଟୋକନ ଅବଧି ଫେବୃଆରୀ ୧ ଏବଂ ୩ ଓ ୫ ତାରିଖରେ ଶେଷ ହେବାକୁ ଯାଉଛି । କିନ୍ତୁ ଧାନ ଉଠାଇବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । ଏ ସମ୍ପର୍କରେ ଚାଷୀ ମାନେ ଜିଲା ଯୋଗାଣ ଅଧିକାରୀ ଓ ଅତିରିକ୍ତ ଜିଲାପାଳଙ୍କୁ ଅବଗତ କରାଇଥିଲେ ।

ଏଣୁ ଏଦିଗରେ ପକ୍ଷକ୍ଷେପ ନେବାକୁ ତାଳବରକୋଟ ଗ୍ରାମର ନୃସିଂହ ଚରଣ ଜେନା, କାଶିମ ଖାନ,ବାଙ୍କନିଧି ସାହୁ,ଶରତ କୁମାର ସେଠି, ବ୍ରହ୍ମାନନ୍ଦ ଜେନା ପ୍ରମୁଖ ଲି୍ଖିତ ଭାବରେ ଅଭିଯୋଗ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.