Take a fresh look at your lifestyle.

 ଅଦ୍ଵୈତ ଗଡନାୟକ ନିର୍ମାଣ କରିବେ ସୁଭାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ମୂର୍ତ୍ତି

0 18

Get real time updates directly on you device, subscribe now.

ନୂଆଦିଲ୍ଲୀ  : ଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ମହାନ ସ୍ଵାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ମୂର୍ତ୍ତି ସ୍ଥାପନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମୂର୍ତ୍ତିର ହୋଲୋଗ୍ରାମର ବିମୋଚନ କରିଛନ୍ତି । ନ୍ୟାସନାଲ ଗ୍ୟାଲେରୀ ଅଫ ମଡେର୍ଣ୍ଣ ଆର୍ଟର ମହା ନିର୍ଦ୍ଦେଶକ ମୂର୍ତ୍ତିକାର ଅଦ୍ଵୈତ ଗଡନାୟକ ନେତାଜୀଙ୍କ ପ୍ରସ୍ତାବିତ ମୂର୍ତ୍ତି ନିର୍ମାଣ କରିବେ ।

  ମୂର୍ତ୍ତିକୁ ସେହି ସ୍ଥାନରେ ସ୍ଥାପନ କରାଯିବ ଯେଉଁଠି ୧୯୬୮ ପର୍ଯ୍ୟନ୍ତ ଜର୍ଜ ପଞ୍ଚମଙ୍କ ମୂର୍ତ୍ତି ରହିଥିଲା । ନେତାଜୀଙ୍କ ମୂର୍ତ୍ତି ତିଆରି କରୁଥିବା କାରିଗର ହେଉଛନ୍ତି ଅଦ୍ଵୈତ ଗଡନାୟକ । ସେ ଜଣେ ପ୍ରସିଦ୍ଧ ମୂର୍ତ୍ତିକାର ବା ସ୍ଥପତି। ସେ ବହୁତ ଆନନ୍ଦିତ ଯେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଏହି ବଡ ଦାୟିତ୍ଵ ଦେଇଛନ୍ତି । ସ୍ଥାପନ ହେବା ପରେ ମୂର୍ତ୍ତି ରାୟସୀମା ହିଲ୍ସରୁ ମଧ୍ୟ ଦୃଶ୍ୟମାନ ହେବ । ଆସନ୍ତୁ ଜାଣିବା ସ୍ଥପତି ଅଦ୍ଵୈତ ଗଡନାୟକଙ୍କ ସଂପର୍କିତ କିଛି ରୋଚକ କଥା ।

ଅଦ୍ଵୈତ ଗଡନାୟକ ହେଉଛନ୍ତି ଓଡିଶାର । ସେ ଢେଙ୍କାନାଳ ଜିଲ୍ଲା ନେଉଳପୋଇ ଗାଁର ବାସିନ୍ଦା । ସେ ବିକେ କଲେଜ୍ ଅଫ ଆର୍ଟ୍ସ ଆଣ୍ଡ କ୍ରାଫ୍ଟସରୁ କଳା ଶିକ୍ଷା ଗ୍ରହଣ କରିଛନ୍ତି । ଦିଲ୍ଲୀ ଆର୍ଟ କଲେଜ୍‌ରୁ ମାଷ୍ଟର୍ସରେ ପାଠପଢା ପୂରା କରିଥିଲେ ।

ଗଡନାୟକ ଲଣ୍ଡନର ସ୍ଲେଡ୍ ସ୍କୁଲ୍ ଅଫ ଫାଇନ୍ ଆର୍ଟ୍ସରେ କଳାରେ ଶିକ୍ଷା ଗ୍ରହଣ କରିଛନ୍ତି । ଏହି ପ୍ରସିଦ୍ଧ ମୁର୍ତ୍ତିକାର ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସେ ୧୯୯୩ରେ ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀ ପୁରସ୍କାର, ୧୯୯୯ରେ ଓଡିଶା ଲଳିତ କଳା ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

ଅଦ୍ଵୈତଙ୍କ ସବୁଠୁ ପ୍ରସିଦ୍ଧ ପ୍ରକଳ୍ପରେ ରାଜଘାଟରେ ଗାନ୍ଧୀଙ୍କ ଦାଣ୍ଡି ମାର୍ଚ୍ଚର ପ୍ରତୀମା ସାମିଲ୍ । ତାଙ୍କର ସ୍ଥାପତ୍ୟକୁ ଲଣ୍ଡନରେ ମଧ୍ୟ ସ୍ଥାନ ମିଳିଛି ।

 ୨୦୧୬ରେ ନ୍ୟାସନାଲ ଗ୍ୟାଲେରୀ ଅଫ ମଡେର୍ଣ୍ଣ ଆର୍ଟର ନିର୍ଦ୍ଦେଶକ ହୋଇଥିଲେ । ଏହା ପୂର୍ବରୁ ସେ ଭୁବନେଶ୍ଵରର କେଆଇଆଇଟି ବିଶ୍ଵ ବିଦ୍ୟାଳୟରେ ସ୍କୁଲ ଅଫ ସ୍କଲ୍ପଚରର ନେତୃତ୍ଵ ନେଇଥିଲେ । ବିଶ୍ଵ ବିଦ୍ୟାଳୟ ପରିସରରେ ସେ ଏକ ମୁର୍ତ୍ତିକାର ପାର୍କ ନିର୍ମାଣ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.