Take a fresh look at your lifestyle.

ବଞ୍ଚି ଥାଉ ଥାଉ ମୃତ୍ୟୁ : ରାସନ କାର୍ଡରୁ ବାଦ ପଡିଲେ କୁନ୍ତଳା

0 117

Get real time updates directly on you device, subscribe now.

କାମାକ୍ଷାନଗର(ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଂଚାୟତ ଜରଡ଼ା ଗ୍ରାମର କୁନ୍ତଳା ପଧାନ, ସ୍ୱାମୀ-ଗୌରାଙ୍ଗ ପଧାନ ବୟସ 90, ଗରିବ ପରିବାର ପାଇଁ ସରକାର ଖାଦ୍ୟ ସୁରକ୍ଷା ଯୋଜନାର ଚାଉଳ ମିଳୁନଥିବା ଡିଲରକୁ ପଚାରି ବୁଝିଥିଲେ ଡିଲର କହିଲେ ହିତାଧିକାରୀ ନାମ କାଟିଦିଆଯାଇଛି ।

କିନ୍ତୁ ବ୍ଲକକୁ ଯାଇ ବୁଝିଲେ ଯେ କୁନ୍ତଳା ପଧାନ ମୃତ୍ୟୁ ବୋଲି କଟାଯାଇଛି । ଏକ ବର୍ଷ ହେଲାଣି ରାସନ କାର୍ଡ ଚାଉଳ ହିତାଧିକାରୀକୁ ମିଳିନାହିଁ । ବର୍ତ୍ତମାନ କୁନ୍ତଳା ପଧାନ ଜୀବିତ ଥାଉ ଥାଉ ମୃତ୍ୟୁ ବୋଲି କେମିତି ହିତାଧିକାରୀ ନାମ ବାଦ କରାଗଲା!ଏହା ସାଧାରଣରେ ଚର୍ଚ୍ଚା ଚାଲିଛି । ବାର୍ଦ୍ଧକ୍ୟ ଭତ୍ତାରୁ ମଧ୍ୟ ବଞ୍ଚିତ ଥିବା ପ୍ରକାଶ କରିଛନ୍ତି ହିତାଧିକାରୀ କୁନ୍ତଳା ପଧାନ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.