Take a fresh look at your lifestyle.

ହିନ୍ଦୋଳ ବନାଞ୍ଚଳ ରେ ଦୁଇ ଶିକାରୀ ଗିରଫ

0 33

Get real time updates directly on you device, subscribe now.

ହିନ୍ଦୋଳ: ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳରେ କର୍ମଚାରୀ ମାନେ ଦୁଇ ଜଣ ଶିକାରୀ ଗିରଫ କରିଛନ୍ତି । ଉଭୟଙ୍କ ନାମ ରେ ବନ ବିଭାଗ ଏକ ମାମଲା ରୁଜୁ କରି ଅଦାଲତ ଚାଲାଣ କରିଛି । ।

ପ୍ରକାଶ ଯେ, ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ରାସୋଳ ସେକସନର କନ୍ଧରା ସଂରକ୍ଷିତ ଜଙ୍ଗଲରେ ୮ ନମ୍ବର କମ୍ପାଣ୍ଟମେଣ୍ଟ ନିକଟରେ ବିଦ୍ୟୁତ ଫାସ ବସାଇ ଶିକାର କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବନ କର୍ମଚାରୀ ମାନେ ରବିବାର ଭୋର ୩.୧୫ ମିଟ୍ ସମୟରେ ଦୁଇ ଶିକାରୀଙ୍କୁ ଠାବ କରିଥିଲେ । ବନ କର୍ମଚାରୀ ମାନେ ତାଙ୍କ ନିକଟରୁ ଶିକାର ପାଇଁ ବ୍ୟବହୃତ ୨ କେଜି ଜିଆଇ ତାର, ବୋତଲ ଲଗା ବାଉଁଶ ଖୁଣ୍ଟି , ସର୍ଭିସ ତାର ଏବଂ ଏକ ପ୍ଲାଷ୍ଟିକ ବ୍ୟାଗ ଜବତ କରିଛନ୍ତି ।

ଶିକାର ଦ୍ୱୟ ହେଉଛନ୍ତି ରାସୋଳ ଥାନା ମୁଣ୍ଡିଆପଶି ଗାଁର ଚିତ୍ତ ରଂଜନ ଭୋଇଙ୍କ ପୁଅ ରୋହିତ ଏବଂ ଚରଣ ଭୋଇଙ୍କ ପୁଅ ମୁନା ବୋଲି ବନ ବିଭାଗ ସୂଚନା ଦେଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.