Take a fresh look at your lifestyle.

ରଚନା ଓ ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା ଅନୁଷ୍ଠିତ

ଜାତୀୟ ଯୁବ ଦିବସ ପାଳିତ

0 19

Get real time updates directly on you device, subscribe now.

ଢେଙ୍କାନାଳ: ସ୍ଥାନୀୟ ଗନ୍ଦିଆ ବ୍ଲକ ଅନ୍ତର୍ଗତ ଚିରୁଳେଇ ସ୍ଥିତ ରଘୁନାଥଜିଉ ଯୁବକ ସଂଘ ଓ ନେହେରୁ ଯୁବ କେନ୍ଦ୍ର ଦିବସ ପାଳିତ ହୋଇଯାଇଛି l ଏହି ଆୟୋଜିତ କାର୍ଯ୍ୟକ୍ରମ ଅବସର ରେ ରଚନା ଓ ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଭାଗବତ ରାଉତ, ସମ୍ମାନିତ ଅତିଥି ଭାବେ କୈବଲ୍ୟ ରାଉତ ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ଯୁବକେନ୍ଦ୍ର ର ସ୍ଵେଚ୍ଛାସବୀ ବିଶ୍ବରଂଜନ ଜେନା ପରିଚାଳନା କରିଥିଲେ l ଏହି ଅବସର ରେ କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l

ରଚନା ପ୍ରତିଯୋଗିତା ରେ ସୌରଭ ରାଉତ ପ୍ରଥମ, ଅମିର ମହାପାତ୍ର ଦ୍ଵିତୀୟ ଓ ସୌମେନ୍ଦ୍ର ରାଉତ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ l ଶେଷରେ ରଘୁନାଥ ଜୀଉ କ୍ଳବ୍ ର ସଭାପତି ରିତିଞ୍ଜୟ ରାଉତ ଧନ୍ୟବାଦ ଅର୍ପଣ କରଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.