Take a fresh look at your lifestyle.

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ତୃତୀୟ ଦିନରେ ୧୯୨୯ ନାମାଙ୍କନପତ୍ର ଦାଖଲ

0 19

Get real time updates directly on you device, subscribe now.

ଢେଙ୍କାନାଳ : ପ୍ରଥମ ଦୁଇଦିନ ଅପେକ୍ଷା ତୃତୀୟ ଦିନରେ ୧୯୨୯ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ୱାର୍ଡ ମେମ୍ବର ପଦବୀ ପାଇଁ ୧୨୪୫ଜଣ, ପଞ୍ଚାୟତ ପଦବୀ ପାଇଁ ୩୫୪ଜଣ, ପଞ୍ଚାୟତ ସମିତି ସଭ୍ୟ ପଦବୀ ପାଇଁ ୨୯୯ଜଣ ଏବଂ ଜିଲା ପରିଷଦ ସଦସ୍ୟ ପାଇଁ ୨୧ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ଢେଙ୍କାନାଳ ସଦର ବ୍ଲକରେ ୩୧୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୯୪ଜଣ ୱାର୍ଡ ମେମ୍ବର ପଦବୀ ପାଇଁ, ୬୪ଜଣ ପଞ୍ଚାୟତ ପଦବୀ ପାଇଁ, ୫୩ଜଣ ସମିତି ସଭ୍ୟ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୨ଜଣ ଜିଲା ପରିଷଦ ସଦସ୍ୟ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ।
ଓଡ଼ାପଡ଼ା ବ୍ଲକର ୨୭୬ଜଣଙ୍କ ମଧ୍ୟରୁ ୧୭୬ଜଣ ୱାର୍ଡ ମେମ୍ବର ପଦବୀ ପାଇଁ, ୫୩ଜଣ ସରପଞ୍ଚ ପଦବୀ ପାଇଁ, ୪୬ଜଣ ସମିତି ସଭ୍ୟ ପଦବୀ ପାଇଁ ଓ ୨ଜଣ ଜିଲାପରିଷଦ ସଦସ୍ୟ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ଗଁଦିଆ ବ୍ଲକରେ ୱାର୍ଡ ମେମ୍ବର ପଦବୀ ପାଇଁ ୨୦୭, ସରପଂଚ ପଦବୀ ପାଇଁ ୪୮ଜଣ, ପଞ୍ଚାୟତ ସମିତି ସଦସ୍ୟ ପାଇଁ ୩୮, ଜିଲାପରିଷଦ ସଦସ୍ୟ ପଦବୀ ପାଇଁ ୨ଜଣଙ୍କୁ ମିଶାଇ ମୋଟ୍ ୨୯୫ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ହିନେ୍ଦାଳ ବ୍ଲକରେ ୱାର୍ଡ ମେମ୍ବର ପଦବୀ ପାଇଁ ୧୯୪, ସରପଞ୍ଚ ପଦବୀ ପାଇଁ ୫୯, ସମିତି ସଭ୍ୟ ପଦବୀ ପାଇଁ ୬୩, ଜିଲା ପରିଷଦ ସଦସ୍ୟ ପଦବୀ ପାଇଁ ୪ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ମୋଟ୍ ୩୩୨ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

କାମାକ୍ଷାନଗର ବ୍ଲକରେ ୱାର୍ଡମେମ୍ବର ପଦବୀ ପାଇଁ ୧୨୮ଜଣ, ସରପଞ୍ଚ ପଦବୀ ପାଇଁ ୪୨, ସମିତି ସଭ୍ୟ ପଦବୀ ପାଇଁ ୩୬ ଜଣ, ଜିଲା ପରିଷଦ ସଦସ୍ୟ ପାଇଁ ୯ଜଣଙ୍କୁ ମିଶାଇ ୨୧୫ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ସେହିପରି ଭୁବନ ବ୍ଲକରେ ୱାର୍ଡ ମେମ୍ବର ପଦବୀ ପାଇଁ ୧୧୭, ସରପଞ୍ଚ ପଦବୀ ପାଇଁ ୧୯, ସମିତି ସଭ୍ୟ ପଦବୀ ପାଇଁ ୨୨, ଜିଲା ପରିଷଦ ସଦସ୍ୟ ପାଇଁ ୧୦ ପ୍ରାର୍ଥୀଙ୍କୁ ମିଶାଇ ୧୬୮ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ପରଜଙ୍ଗ ବ୍ଲକରେ ୱାର୍ଡମେମ୍ବର ପଦବୀ ପାଇଁ ୧୪୭, ସରପଞ୍ଚ ପଦବୀ ପାଇଁ ୪୧ଜଣ, ସମିତି ସଭ୍ୟ ପଦବୀ ପାଇଁ ୨୫ଜଣଙ୍କୁ ମିଶାଇ ମୋଟ୍ ୨୧୩ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

କଙ୍କଡ଼ାହାଡ଼ ବ୍ଲକରେ ୧୨୯ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୮୨ଜଣ ୱାର୍ଡ ମେମ୍ବର ପଦବୀ ପାଇଁ, ୨୯ଜଣ ସରପଞ୍ଚ ପଦବୀ ପାଇଁ, ୧୬ଜଣ ସମିତି ସଭ୍ୟ ପଦବୀ ପାଇଁ ଏବଂ ଜିଲା ପରିଷଦ ସଦସ୍ୟ ପାଇଁ ୨ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.