Take a fresh look at your lifestyle.

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ

0 14

Get real time updates directly on you device, subscribe now.

କାମାକ୍ଷାନଗର : ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଇଚ୍ଛାବତୀପୁର ରେ ମୋ ସ୍କୁଲ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋକୁଳ ବିହାରୀ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ସିବିଆଇ ବିଚାରପତି ଭିକାରି ଚରଣ ରାଉତ ଯୋଗଦାନ କରିଥିଲେ ।

ଶ୍ରୀ ରାଉତ ଉକ୍ତ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିବାରୁ ପ୍ରତ୍ୟେକ ବର୍ଷ ବିଦ୍ୟାଳୟର ଶ୍ରେଷ୍ଠ ମାଟ୍ରିକ୍ୟୁଲେଟଙ୍କୁ ପୁରସ୍କୃତ କରିବା ପାଇଁ ୧୦ ହଜାର ଟଙ୍କାର ଏକ ପାଣ୍ଠି ବିଦ୍ୟାଳୟକୁ ଦାନ କରିଛନ୍ତି । ଏହି ଅର୍ଥର ସୁଧ ଟଙ୍କାରେ ମାଟ୍ରିକ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ।

ଅନୁରୂପ ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ଜେନା ମଧ୍ୟ ୧୦ହଜାର ଟଙ୍କା ଫିକ୍ସ ଡିପୋଜିଟ୍ ଦେଇଛନ୍ତି । ଏହି ଅର୍ଥରୁ ସୁଧ ଟଙ୍କାରେ ଇଂରାଜୀରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ବୋଲି ଘୋଷଣା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଗୋକୁଳ ଚନ୍ଦ୍ର ହୋତା, ହୃଷିକେଶ ହୋତା, ସଂଜୟ କୁମାର ହୋତା, ରାଜା ମହାପାତ୍ର, ଶିକ୍ଷକ ପ୍ରତିନିଧି କ୍ଷମାମଣି ଶତପଥି ପ୍ରମୁଖ ଯୋଗଦାନ କରି ମୋ ସ୍କୁଲ ଅଭିଯାନ ପାଇଁ ପାଣ୍ଠି ସଂଗ୍ରହ, ୫-ଟିରେ ବିଦ୍ୟାଳୟର ଉନ୍ନତି କରଣ ଉପରେ ନିଜସ୍ୱ ମତ ଉପସ୍ଥାପନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.