Take a fresh look at your lifestyle.

୧୨ତମ ପ୍ରିୟବ୍ରତ କ୍ରିକେଟ୍ ଟୁର୍ଣ୍ଣାମେଂଟ ଉଦଘାଟନ

0 25

Get real time updates directly on you device, subscribe now.

ଢେଙ୍କାନାଳ : ଦେଓଗାଁ ଗ୍ରାମପଂଚାୟତ ଅନ୍ତର୍ଗତ ମହୁଲଖୋଳି ରଙ୍ଗମାଟିଆ ଷ୍ଟାଡିୟମ୍ର ୧୨ତମ ପ୍ରିୟବ୍ରତ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଉଦଘାଟତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ରାଧାରାଣୀ ବେହେରା, ସମ୍ମାନିତ ଅତିଥି ଭାବେ ଅଭିରାମ ବେହେରା, ହେମନ୍ତ ଗୋଚ୍ଛାୟତ, ପ୍ରଭାତ ବେହେରା, ଆଲୋକ ମହାଭୋଇ, ବନମାଳି ଦେହୁରୀ, ମାନସ ସେଠୀ ପ୍ରମୁଖ ଉପସ୍ଥିତ ରହି ଟୁର୍ଣ୍ଣାମେଂଟ୍କୁ ଉଦ୍ଘାଟନ କରିଥିଲେ । ଟସ୍ ଜିତି ମହୁଲଖୋଳି ଟିମ୍ ୩ ୱିକେଟ୍ ବିନିମୟରେ ୯୨ରନ୍ କରିଥିଲେ ।

ବିପକ୍ଷରେ ସାଆନ୍ଦାପଶି ଟିମ୍ ସମସ୍ତ ଉଇକେଟ୍ ହରାଇ ୫୨ ରନ୍ କରି ପରାସ୍ତ ହୋଇଥିଲା । ଏହି ପ୍ରତିଯୋଗିତାରେ ୧୬ଟି ଟିମ୍ ଭାଗନେଇଥିଲେ । ଅମ୍ପାୟର ବିଷ୍ଣୁ ଦେହୁରୀ ଓ ଅଞ୍ଜୁପ ନାୟକ, ସ୍କୋରର୍ ହୃଷିକେଶ ଗୋଚ୍ଛାୟତ ପ୍ରମୁଖ ରହି ଖେଳ ପରିଚାଳନା କରିଥିଲେ । ହେମନ୍ତ ଗୋଚ୍ଛାୟତ ମ୍ୟାନ୍ ଅଫ୍ ମ୍ୟାଚ୍ ବିବେଚିତ ହୋଇଥିଲେ ।

ଅଜୟ ବେହେରା ବେଷ୍ଟ ବୋଲର ବିବେଚିତ ହୋଇଥିଲେ । ଆସନ୍ତା ୨୬ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ଜଣାଯାଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.