Take a fresh look at your lifestyle.

ବରିଷ୍ଠ ଓକିଲ ସୁରେନ୍ଦ୍ର ମିଶ୍ରଙ୍କ ବ୍ୟକ୍ତିଗତ ମତ: ସ୍ୱାଭିମାନ ରେ ଆଞ୍ଚ, ଢେଙ୍କାନାଳ ରେ ଚାଲିଛି ଅଫିସର ରାଜ

0 28

ଢେଙ୍କାନାଳ: ଅତୀତରେ ଢେଙ୍କାନାଳ ସହରରେ ଥିବା ବିଭିନ୍ନ ସାମାଜିକ ସଂଗଠନ ଓ ସଂସ୍ଥା ର କୌଣସି କାର୍ଯ୍ୟକ୍ରମ ହେଉଥିଲେ ବୁଦ୍ଧିଜୀବୀ, ଜ୍ଞାନୀ, ଉଚ୍ଚଶିକ୍ଷିତ, ସ୍ୱାଧୀନତା ସଂଗ୍ରାମୀ, ମନ୍ତ୍ରୀ କିମ୍ବା ରାଜନେତା ଓ ବିଶିଷ୍ଠ ସମାଜସେବୀ ଙ୍କୁ ଅତିଥି କରି ଡାକୁଥିଲେ l ଅଫିସର ମାନଙ୍କୁ ଅତିଥି କଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ବ୍ୟତୀତ ସେମାନଙ୍କର ତଳପାହିଆ ଅଫିସରଙ୍କୁ କେବେ ଅତିଥି କରି ମଂଚାସୀନ କରି ବସାଉଥିବା ଦେଖାଯାଉନଥିଲା l

ସେ ସମୟର ଢେଙ୍କାନାଳ ଲୋକଙ୍କର ସ୍ୱାଭିମାନ ଓ ଆତ୍ମସମାନ ଉଚକୋଟିର ଥିଲା ଏବଂ ଲୋକମାନେ ସ୍ପଷ୍ଟବାଦୀ ଥିଲେ l ଏଣୁ ଅତୀତରେ ଅଫିସରମାନେ ଜନସାଧାରଣଙ୍କୁ ସମ୍ମାନ ଦେବା ସହିତ ଭୟ ମଧ୍ୟ କରୁଥିଲେ l ଏବେ ଢେଙ୍କାନାଳ ସହରରେ ଅନେକ ସୁବିଧାବାଦୀ ଲୋକ ଓ କିଛି ବ୍ୟବସାୟୀ ଏବଂ କଣ୍ଟ୍ରାକ୍ଟର ଗୁଡିଏ ସାମାଜିକ ସଂସ୍ଥା ଗଢି ନିଜର ଫାଇଦା ପାଇଁ ଅନେକ କାର୍ଯ୍ୟକ୍ରମ ଯଥା ହେଲଥକ୍ୟାମ୍ପ, ରକ୍ତଦାନ ଶିବିର, ବୃକ୍ଷରୋପଣ କାର୍ଯ୍ୟକ୍ରମ କିମ୍ବା କୌଣସି ମହାପୁରୁଷଙ୍କ ଜୟନ୍ତୀ ଵା ଶ୍ରାଦ୍ଧ ଦିବସ ପାଳନ କରି ଦୁର୍ନୀତିଗ୍ରସ୍ତ ତଳିଆ ଅଫିସର ଯଥା ବିଡ଼ିଓ, ତହସିଲଦାର, ବ୍ଲକ ଜେଇ, ପୌରସଂସ୍ଥା ଅଧିକାରୀ, ପୌରସଂସ୍ଥା ଜେଇ, ଏମଇ ପରି ବ୍ୟକ୍ତିଙ୍କୁ ଅତିଥି କରି ମଂଚାସୀନ କରୁଥିବାର ଦେଖା ଦେଲାଣି l

ଏଭଳି ତୋଷମଦିକାରି ଖୋସାମଦିଆ ସୁବିଧାବାଦୀ ବ୍ୟକ୍ତିମାନଙ୍କ ଯୋଗୁ ଢେଙ୍କାନାଳ ମାଟିର ଆତ୍ମସମ୍ମାନ ଓ ସ୍ୱାଭିମାନ ରେ ଆଞ୍ଚ ଆସିବା ସହିତ ଏଠି ଅଫିସର ରାଜ ଚାଲିଲା ଭଳିଆ ମୁ ଜଣେ ବରିଷ୍ଠ ନାଗରିକ ହିସାବରେ ଅନୁଭବ କରୁଛି ବରିଷ୍ଠ ଓକିଲ ସୁରେନ୍ଦ୍ର ମିଶ୍ର  ବ୍ୟକ୍ତିଗତ ମତ ଦେଇଛନ୍ତି l

- Advertisement -

Leave A Reply

Your email address will not be published.