Take a fresh look at your lifestyle.

ଧାନ ମଣ୍ଡି ସମସ୍ୟା ନେଇ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ

0 79

Get real time updates directly on you device, subscribe now.

ଢେଙ୍କାନାଳ :ଢେଙ୍କାନାଳ  ଜିଲ୍ଲା ଗଦାଶିଳା ପଞ୍ଚଯାତ ର ଧାନ ମଣ୍ଡିରେ ଲାଗିରହିଥିବା ସମସ୍ୟାର ସମାଧାନ ନିମନ୍ତେ  ଚାଷୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି | ଓଡାପଡା ବ୍ଲକ ଗଦାଶିଳା ଗ୍ରାମର ସମସ୍ତ ଚାଷୀ ବର୍ଷ ସାରା ଧାନ ଚାଷ ଉପରେ ନିର୍ଭର କରିନ୍ତି | ଚଳିତ ବର୍ଷ ବାରମ୍ବାର ବାତ୍ୟା ଓ ଲଘୁଚାପ ଜନିତ ବର୍ଷା ଫଳରେ ଚାଷୀ ମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଂଗିପଡ଼ିଥିବା ବେଳେ ଗଦାଶିଳା ସମବାୟ ସମିତିରେ ଧାନ କିଣାକୁ ନେଇ ୨ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରେ ଧାନ କିଏ ସଂଗ୍ରହ କରିବ ଏହାକୁ ନେଇ ବିବାଦ ଲାଗି ଲାଗିଛି |

ଏଥିଯୋଗୁ ଚାଷୀ ମାନେ ଧାନ ବିକି ନ’ ପାରି ଅସୁବିଧାରେ ରହିଛନ୍ତି l ଗତ ଲଘୁଚାପ ଜନିତ ବର୍ଷାରେ ମଣ୍ଡିରେ ଧାନ ପଡି ରହି ନଷ୍ଟ ହେବାକୁ ବସିଥିଲାବେଳେ ଏହି ୨ ସ୍ୱୟଂ ସହାୟକ ଙ୍କ ବିବାଦ ଚାଷୀମାନଙ୍କୁ ଚିନ୍ତାରେ ପକାଇଛି l ନା ଧାନ ବିକ୍ରୟ ହେଇ ପାରୁଛି ନା ସେପଟେ ଧାନ କୁ ବର୍ଷା ଦାଉରୁ ରକ୍ଷା କରିହେଉଛି | ଏହାକୁ ନେଇ  ଚାଷୀ ନବନିର୍ମାଣ କୃଷକ ସଂଗଠନ ଜରିଆରେ ଆସି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ଏହାର ସମାଧାନ କରିବାକୁ ଅନୁରୋଧ କରିଛନ୍ତ |

ଯଦି ଏହି ସମସ୍ୟାର ସମାଧାନ ଖୁବ ଶୀଘ୍ର କରାନଯାଏ ତେବେ କୃଷକ ସଂଗଠନ ଆନ୍ଦୋଳନ କୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି l ଏ ସମ୍ପର୍କରେ ଢେଙ୍କାନାଳ  ଯୋଗାଣ ଅଧିକାରୀ ନିରଦ ରଞ୍ଜନ ଦାସ ସମସ୍ୟା ର ଖୁବ ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.