Take a fresh look at your lifestyle.

ସ୍ୱାମୀ ବିବେକାନନ୍ଦଙ୍କ ୧୫୯ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ

0 12

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ସହରରେ ଓଡିଶା କ୍ରୀଡା ଓ ଯୁବ ବିକାଶ ପରିଷଦ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ୧୫୯ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ କରାଯାଇଛି ।

କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ସେଠ୍ ଯୋଗଦେଇ କହିଥିଲେ ଯେ, ସେବା, ସମର୍ପଣ ଓ କ୍ରୀଡାବିତ୍ମାନଙ୍କର ଉନ୍ନତି ନିମନ୍ତେ କାମ କଲେ ନିଶ୍ଚିନ୍ତ ଅନୁଷ୍ଠାନର ସଫଳ ହୋଇପାରିବ ଓ ସମାଜସେବୀ ରୋଟାରିୟାନ୍ ରାଜକିଶୋର ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ କ୍ରୀଡା ଯୁବମାନଙ୍କ ପାଇଁ ଏକ ସକାରତ୍ମକ ପଥ ବୋଲି ମତପ୍ରକାଶ କରିଥିଲେ ।

ଏହି ଅବସରରେ ଅନୁଷ୍ଠାନର ଆବାହକ ଇଂ. ସୌମ୍ୟବ୍ରତ ସାହୁ ସ୍ୱାମୀ ବିବେକାନନ୍ଦ ଙ୍କୁ ମୂଲ୍ୟବାନ ଚିନ୍ତାଧାରା ଓ ପ୍ରେରଣାଦାୟୀ ଶବ୍ଦ ସହିତ ଉତ୍ସାହିତ କରିଥିଲେ । କଣ ପାଇଁ ବିବେକାନନ୍ଦଜୀଙ୍କ ଜନ୍ମ ଦିବସକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ ବୋଲି ମତ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ କ୍ରୀଡା ଶିକ୍ଷକ ରାମକୃଷ୍ଣ ବେହେରା, ରବିନ୍ଦ୍ର ପରିଡା, ଆଶୁତୋଷ ପାଢୀ, ଅବିନାଶ ସାହୁ, ଇନ୍ଦ୍ରଜିତ୍ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ଯୁବ ଦିବସରେ କିପରି ଯୁବକମାନେ ମୂଲ୍ୟବୋଧ ଶିକ୍ଷା ଗ୍ରହଣ କରିବା ସହ ସାମାଜିକ କାର୍ଯ୍ୟରେ ସାମିଲ୍ ହୋଇ ଜିଲା, ରାଜ୍ୟ ତଥା ଦେଶ ସେବାରେ ନିଜକୁ ନିୟୋଜିତ କରି ଯୁବ ଶକ୍ତିର ସଠିକ୍ ଉପଯୋଗ କରିବା ପାଇଁ ଉପସ୍ଥିତ ବୁଦ୍ଧିଜୀବିମାନେ ମତବ୍ୟକ୍ତ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.