Take a fresh look at your lifestyle.

ଶିକ୍ଷାଗତ ଯୋଗ୍ୟତା ଭିତିରେ ଅମଲାଙ୍କ ଦରମା ସମୀକରଣ କର

ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ଅମଲା ସଂଘର ନିବେଦନ

0 13

Get real time updates directly on you device, subscribe now.

ଢେଙ୍କାନାଳ : ଓଡ଼ିଶା ଅମଲା ସଂଘ, ଢେଙ୍କାନାଳ ଶାଖାର ଏକ ଜରୁରୀ ବୈଠକ ଅରୁଣ କୁମାର ପଳିୟାରସିଂହଙ୍କ ସଭାପତିତ୍ୱରେ କୋଭିଡ୍ କଟକଣା ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରୁ ପ୍ରତିନିଧିମାନେ ଯୋଗଦାନ କରି ଦୀର୍ଘଦିନରୁ ଦିଆଯାଇଥିବା ଯୁକ୍ତିଯୁକ୍ତ ଦାବି ଗୁଡିକ ଉପରେ ଆଲୋଚନା ହୋଇଥିଲା ।

ଏହି କ୍ରମରେ ରାଜ୍ୟରେ କାର୍ଯ୍ୟରତ ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ପ୍ରଚଳନ ଇତି ମଧ୍ୟରେ ୪ବର୍ଷ ବିତି ଯାଇଥିଲେ ମଧ୍ୟ ସରକାର ସ୍ନାତକ ହାରରେ ଦରମା ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଜିଲ୍ଲାସ୍ତରୀୟ ଅମଲାଙ୍କ ମନରେ ଘୋର ନୈରାଶ୍ୟ ଭାବେ ସୃଷ୍ଟି ହୋଇଛି ।

ସ୍ନାତକ ଯୋଗ୍ୟତା ଥାଇ ରାଜ୍ୟରେ କାର୍ଯ୍ୟରତ ଅନ୍ୟ ବର୍ଗର କର୍ମଚାରୀଙ୍କ ଦରମା ୯,୩୦୦ଟଙ୍କା ଏବଂ ଗ୍ରେଡ୍ ପେ ୪,୨୦୦ଟଙ୍କା (ଲେବୁଲ୍-୯) ପ୍ରଦାନ କରୁଥିବା ବେଳେ ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ ଯୋଗୁଁ ରାଜ୍ୟରେ ସମସ୍ତ ଅମଲାଙ୍କ ମନରେ ଅଶାନ୍ତି ଦେଖାଦେଇଛି । ସରକାରଙ୍କ ସମସ୍ତ ଯୋଜନାକୁ ସଫଳରୂପାୟନ କରିବାରେ ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରମୁଖ ଭୂମିକାକୁ ସରକାର ସ୍ୱୀକାର କରିବାର ନଜିର ରହିଛି ।

ଇତିମଧ୍ୟରେ ବହୁବାର ବିଧାୟକ, ସାଂସଦ ଓ ମନ୍ତ୍ରୀମାନେ ସଂଘର ଦାବିକୁ ଯଥାର୍ଥ ବିବେଚନ କରି ସ୍ନାତକ ହାରରେ ଦରମା ପ୍ରଦାନ କରିବାରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଓଡ଼ିଶା ଅମଲା ସଂଘ ଢେଙ୍କାନାଳ ଜିଲ୍ଲା ସଭାପତି ଅରୁଣ କୁମାର ବଳିୟାରସିଂହ ଓ ସଂପାଦକ ଗଣେଶ ଚନ୍ଦ୍ର ପୃଷ୍ଟି ଢେଙ୍କାନାଳ ଜିଲ୍ଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.