Take a fresh look at your lifestyle.

ଜାତୀୟ ସେବା ଯୋଜନାର ଶିତ କାଳିନ ଶିବିର ଉଦଯାପିତ

0 67

Get real time updates directly on you device, subscribe now.

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ମହିଳା ଡିଗ୍ରୀ କଲେଜର ୭ଦିନଧରି ଚାଲିଥିବା ଜାତୀୟ ସେବା ଯୋଜନା ପକ୍ଷରୁ ଶିତ କାଳିନ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି ଶିବିର ରବିବାର ଠାରୁ ଆରମ୍ଭ ହୋଇଥିଲା । ଶିବିରରେ ଜାତୀୟ ସେବା ଯୋଜନାର ୫୦ ଜଣ ସ୍ଵେଚ୍ଛାସେବୀ ସାମିଲ ହୋଇଥିଲେ ।

ପ୍ରତ୍ୟେକ ଦିନ ସ୍ଵେଚ୍ଛାସେବୀ ମାନଙ୍କୁ ବିଭିନ୍ନ ସେବା ମୂଳକ ଯୋଜନା ଯଥା କରୋନା ମାହାମାରୀ ନିରାକରଣ ସମ୍ପର୍କରେ ସଚେତନତା କରାଯାଇଥିଲା । ଅଞ୍ଚଳର ଲତାଵିଲ ଓ ଭଦଳିଆ ପଶି ଗ୍ରାମର ଲୋକମାନଙ୍କୁ କରୋନା ମହାମାରୀ ଠାରୁ ଦୂରରେ ରଖିବା ଓ ପରିବେଶକୁ ସ୍ଵଛ ରଖିବା ସମ୍ପର୍କରେ ସଚେତନତା କରାଯାଇଥିଲା। ଉଦଯାପନୀ ଉତ୍ସବରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସଚିବ ମାତୃ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଵଛସେଵୀ ମାନେ ପାଠ ପଢିବା ସହିତ ନିଜକୁ ସେବାରେ ନିୟୋଜିତ କଲେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ସଙ୍ଗେ ସଙ୍ଗେ ସୁନାଗରିକ ହୋଇପାରିବେ ବୋଲି କହିଥିଲେ ।

ଉଦଯାପନୀ ଉତ୍ସବରେ କଲେଜର ଅଧ୍ୟକ୍ଷ ଦିଲିପ କୁମାର ଦାସ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ବକ୍ତା ଭାବେ ରାଜନୀତି ବିଭାଗର ଅଧ୍ୟାପିକା ମମତା ଯୋଗଦେଇଥିଲେ । କାର୍ଯକ୍ରମକୁ ପ୍ରୋଗ୍ରାମ ଅଫିସର ସଂସ୍କୃତ ବିଭାଗ ଅଧ୍ୟାପକ ନିରଞ୍ଜନ ନାୟକ ପରିଚାଳନା କରିବା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ୭ଦିନର କାର୍ଯକ୍ରମକୁ ଉପସ୍ଥାପନ କରିଥିଲେ ।

ପରିଶେଷରେ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ସ୍ଵଛସେଵୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.