Take a fresh look at your lifestyle.

ଵାଲିଵୋ ଅଞ୍ଚଳରେ କୃଷକ ମାନଙ୍କ ପାଇଁ ଧାନ ମଣ୍ଡି ଆରମ୍ଭ

0 32

Get real time updates directly on you device, subscribe now.

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ଵ୍ଲକ ଵାଲିଵୋ ଅଞ୍ଚଳରେ ଶୁକ୍ରବାର ଠାରୁ କୃଷକ ମାନଙ୍କ ପାଇଁ ଧାନ ମଣ୍ଡି ଆରମ୍ଭ ହୋଇଛି । ଏହି ଧାନ ମଣ୍ଡିକୁ ଭୁବନ ଵ୍ଲକ ସିଡିପିଓ ଦାୟିତ୍ଵରେ ଥିବା ସୁପର ଭାଇଜର ନିର୍ମଳା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଚଳିତ ବର୍ଷ ଵାଲିଵୋ ଅଞ୍ଚଳର ଚାଷୀ ମାନଙ୍କ ମଧ୍ୟରୁ ୫୪୭ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ନାମ ପଞ୍ଜିକରଣ କରିଛନ୍ତି । ସେମାନଙ୍କ ପାଇଁ ୧୩ ହଜାର ୨ଶହ ୧୯ କ୍ଵିଣ୍ଟାଲ ଧାନ ମଣ୍ଡିରେ ଦେବାପାଇଁ ମଞ୍ଜୁର କରାଯାଇଛି ।

ପ୍ରଥମ ଦିନ ମଣ୍ଡିରେ ୨୦ ଜଣ ଚାଷୀ ୫୦୦ କ୍ଵିଣ୍ଟାଲ ଧାନ ବିକ୍ରୟ କରିଥିବା ସୂଚନା ମିଳିଛି । ଏହି ମୁଣ୍ଡିକୁ ମିଶନ ଶକ୍ତି ଜରିଆରେ ଦିବ୍ୟ ଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ପରିଚାଳନା କରୁଛନ୍ତି ।  ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି କୁନିଳ ତ୍ରିପାଠୀ, ସମ୍ପାଦକ ମଧୁସ୍ମିତା ତ୍ରିପାଠୀ, ଡାଟା ଏଣ୍ଟ୍ରି ଅପରେଟର ମାମୁନି ସାହୁଙ୍କ ସମେତ ଗ୍ରାମ କୃଷି ଅଧିକାରୀ ଵିଦ୍ୟାକାନ୍ତ ରାଉତ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କିରଣ ତରାଇ ଓ ଅଞ୍ଚଳର ବିଶିଷ୍ଟ ଚାଷୀ ଦୁର୍ଯୋଧନ ଦାଶ, ଅରବିନ୍ଦ ମହାଳିକ, ପ୍ରଭାତ କୁମାର ଧିର ଓ ସହଦେବ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ପ୍ରଥମ ଦିନ ଧାନକୁ ସରସ୍ଵତୀ ରାଇସ ମିଲ କ୍ରୟ କରିଥିଲା ବୋଲି ସ୍ଵୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା କହିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.