Take a fresh look at your lifestyle.

କରମୁଳରେ ଅଣ ସଂକ୍ରମିତ ରୋଗ ନିରୁପଣ ଶିବିର

୧୫୨ଜଣଙ୍କୁ ଆବଶ୍ୟକ ଔଷଧ ପ୍ରଦାନ

0 8

Get real time updates directly on you device, subscribe now.

ଗଁଦିଆ : କରମୁଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶନିବାର ଅଣ ସଂକ୍ରମିତ ରୋଗ ନିରୁପଣ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ସ୍ଥିତପ୍ରଜ୍ଞ ମହାନ୍ତିଙ୍କ ତତ୍ୱାବଧାନରେ ଡା. ଅରବିନ୍ଦ ଶତପଥୀ, ଡା. ପ୍ରଶାନ୍ତ ସେଠି, ଡା. ସିଦ୍ଧାର୍ଥ ଶଙ୍କର ପତି, ଡା. ରାଜେଶ୍ୱର ନାୟକ, ସେକ୍ଟର ସୁପରଭାଇଜର ସନ୍ତୋଷ କୁମାର ବିହାରୀ, ଫାର୍ମାସିଷ୍ଟ ଗଗନ ଜେନା ଓ ପ୍ରିୟବ୍ରତ ମିଶ୍ର, ଅରୁଣ ଶତପଥୀ, ଏଏନ୍ଏମ୍ ପ୍ରତିମା ସ୍ୱାଇଁ, ଅର୍ଚ୍ଚନା ସାମଲ, ସ୍ୱର୍ଣ୍ଣପ୍ରଭା ସ୍ୱାଇଁ, ଶୈଳବାଳା ଦଳେଇ, ଆଶା ଓ ଅଙ୍ଗନୱାଡି କର୍ମୀ ମାନେ ଶିବିରକୁ ପରିଚାଳନା କରିଥିଲେ ।

କରମୁଳ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଗ୍ରାମ ଗୁଡିକର ଲୋକମାନେ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଏହି ଶିବିରରେ କୋଭିଡ ପରୀକ୍ଷା, ମଧୁମେହ ଓ ବ୍ଲଡ ପ୍ରେସର ଆଦି ଆଦିର ପରୀକ୍ଷା କରାଯାଇ ୧୫୨ଜଣଙ୍କୁ ଆବଶ୍ୟକ ଔଷଧ ପ୍ରଦାନ କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.