Take a fresh look at your lifestyle.

ନମିଚିରା ଗାଁ ରେ ୱାର୍ଡସଭ୍ୟଙ୍କ ସ୍ୱାମୀକୁ ନିର୍ମମ ହତ୍ୟା

0 33

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନମିଚିରା ଗାଁ ରେ ଶନିବାର ସଂଧ୍ୟା ସାଢେ ୬ ଟାରେ ଜଣେ ୱାର୍ଡ ମେମ୍ବରଙ୍କ ସ୍ୱାମୀ କୁ ହାଣି ହାତ୍ୟା କରାଯାଇଛି । ମୃତକ ହେଉଛନ୍ତି କଙ୍କଡାହାଡ ଗାଁର ବିଜୟ ବେହେରା(୪୮) ଓରଫ ବିଜୁ ବୋଲି ଜଣାପଡିଛି । ବିଜୟଙ୍କ ସ୍ତ୍ରୀ ଲିଲି ବେହେରା କଙ୍କଡାହାଡ ଗ୍ରାମ ପଞ୍ଚାୟତର ୪ ନଂ ୱାର୍ଡର ସଭ୍ୟା ଅଛନ୍ତି ।

ପ୍ରକାଶଯେ, ସଦର ଥାନା ଅନ୍ତର୍ଗତ କଙ୍କଡାହାଡ ଗ୍ରାମ ର ବିଜୟ ବେହେରା  ନିକଟସ୍ଥ ନମିଚିରା ଗାଁକୁ ଯାଇଥିଲେ । ଗାଁ ମଣ୍ଡପରେ ତାଙ୍କୁ ସେହି ଗାଁର ଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଥିଲା ।  ତାଙ୍କ ଭାଇ ଦେବରାଜ ବେହେରାଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ତଦନ୍ତ ଆରମ୍ଭ କରିଛି । ମୃତର କାରଣ ଅସ୍ପଷ୍ଟ ରହିଛି । ଖବରପାଇ ସଦର ଥାନା ଅଧିକାରୀ ଅଭିନବ ଡାଳୁଅ ଏବଂ ଭାପୁର ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଭୋଇ ଘଟଣାସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ମୃତଦେହକୁ ଜବତ କରି ଢେଙ୍କାନାଳ ଜିଲା ମୁଖ୍ୟ ଡାକ୍ତରଖାନା କୁ ପଠାଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.