Take a fresh look at your lifestyle.

ପରିସଂଖ୍ୟାନ ସର୍ଭେୟର ସଂଘର ବାର୍ଷିକ ଅଧିବେଶନ

0 26

ଢେଙ୍କାନାଳ: ଜିଲ୍ଲା ପରିସଂଖ୍ୟାନ ସର୍ଭେୟର ସଂଘର ବାର୍ଷିକ ଅଧିବେଶନ ସଭାପତି ପ୍ରକାଶ କୁମାର ବେହେରାଙ୍କ ସଭାପତିତ୍ୱରେ ଭର୍ଚୁଆଲ୍ ମାଧ୍ୟମରେ ସଂପାଦିତ ହୋଇଯାଇଛି । ଏଥିରେ ସଂଘର ବିଭିନ୍ନ କାର୍ଯ୍ୟକ୍ରମର ବାର୍ଷିକ ବିବରଣୀ ପାଠ କରାଯାଇଥିଲା । ସଂଘରେ ଖାଲିଥିବା ପଦବୀଗୁଡିକୁ ସର୍ବସମ୍ମତି କ୍ରମେ ପୂରଣ କରାଗଲା ।

ସେଥି ମଧ୍ୟରୁ ପଦ୍ମଭୂଷଣ ସାହୁଙ୍କୁ ଜିଲ୍ଲା ଆଇନ୍ ଉପଦେଷ୍ଟା, ବାସୁଦେବ ବେଉରାଙ୍କୁ ଉପଦେଷ୍ଟ. ନବକିଶୋର ସାହୁଙ୍କୁ ସହ-ସମ୍ପାଦକ, ଧନେଶ୍ୱର ମୁର୍ମୁଙ୍କୁ ସାଙ୍ଗଠନିକ ସଂପାଦକ, ଶୁଭଶ୍ମି ଶୁଭସ୍ମିତା ଓ ପ୍ରତିଯୋଗିତା ମହାନ୍ତିଙ୍କୁ ସଂପାଦକ, ଉମାକାନ୍ତ ସାହୁଙ୍କୁ ରାଜ୍ୟ କାଉନ୍ସିଲର, ରୋଜାଲିନ୍ ସାହୁଙ୍କୁ କୋଷାଧ୍ୟକ୍ଷ, ମାଟ୍ରିନା କୁଲୁଙ୍କୁ ସହ-କୋଷାଧ୍ୟକ୍ଷ ଏବଂ ଅମ୍ବୁଜ କୁମାର ସାହୁଙ୍କୁ ମେଡିଆ ସେଲ୍ କୁ ମନୋନିତ କରାଯାଇଛି।

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତାରେ ତିନି ପ୍ରତିଶତ ବୃଦ୍ଧି ଏବଂ ସପ୍ତମ ବେତନ କମିଶନ ବାବଦ ୩୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସଂଘ ତରଫରୁ ବିଶେଷ କୃତଜ୍ଞତା ଜ୍ଞାପନ କରାଯାଇଛି । କାର୍ଯ୍ୟକ୍ରମକୁ ସଂଘର ସାଧାରଣ ସମ୍ପାଦକ ବନ୍ଦନ କୁମାର ବେହେରା ପରିଚାଳନା କରିଥିଲେ ।

- Advertisement -

Leave A Reply

Your email address will not be published.