Take a fresh look at your lifestyle.

ଶିକ୍ଷକ ହେଉଛନ୍ତି ସମାଜର ମାର୍ଗଦର୍ଶକ

ଚୁକ୍ତିଭିତିକ ତଥା ନୂତନ ପେନ୍ସନ୍ ଯୋଜନା ଭୁକ୍ତ ଶିକ୍ଷକ ସଂଘର ବନ୍ଧୁମିଳନ

0 24

Get real time updates directly on you device, subscribe now.

ଢେଙ୍କାନାଳ : ପୁରୁଣା ଜିଲା ପରିଷଦ ସଭା ଗୃହରେ ଢେଙ୍କାନାଳ ପ୍ରାରମ୍ଭିକ ନିଯୁକ୍ତି, ଚୁକ୍ତିଭିତିକ ତଥା ନୂତନ ପେନ୍ସନ୍ ଯୋଜନା ଭୁକ୍ତ ଶିକ୍ଷକ ସଂଘର ସ୍ୱାଗତ ସମ୍ବର୍ଦ୍ଧନା ଓ ବନ୍ଧୁମିଳନ ଉତ୍ସବ ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ଆଏଚଙ୍କ ଭାପତିତ୍ୱରେ  ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଶିକ୍ଷାବିତ୍ ତଥା ସମାଜସେବୀ ପ୍ରଦ୍ୟୁମ୍ନ ରଥ ଯୋଗଦେଇ, ଶିକ୍ଷକ ହେଉଛନ୍ତି ସମାଜର ମାର୍ଗଦର୍ଶକ ଓ ସୁସ୍ଥ ସମାଜ ଗଠନ ଦିଗରେ ସେମାନଙ୍କର ବଳିଷ୍ଠ ଭୂମିକା ଥିବା ବିଷୟରେ ଉଲ୍ଲେଖ କରିଥିଲେ । ଆମ ସଂସ୍କୃତିରେ ଗୁରୁଙ୍କର ଭୂମିକା ଅତୀବ ମହତ୍ୱପୂର୍ଣ୍ଣ । ମହାନ ରାଷ୍ଟ୍ର ନାୟକ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଗୁରୁ ଭାବେ ଗର୍ଗମୁନିଙ୍କ ବଳିଷ୍ଠ ଭୂମିକା ଉଲ୍ଲେଖଯୋଗ୍ୟ ।

ସଭାପତି ଶ୍ରୀ ଆଏଚ ତାଙ୍କ ଅଭିଭାଷଣରେ ନୂତନ ନିଯୁକ୍ତି ପ୍ରାପ୍ତ ଶିକ୍ଷକମାନେ ଆଦର୍ଶ ଶିକ୍ଷକ ରୂପେ ନିଜକୁ ପ୍ରତିପାଦନ କରି ଭାରତକୁ ଏକ ବିକଶିତ ରାଷ୍ଟ୍ର ରୂପେ ଗଢି ତୋଳିବାରେ ସହାୟକ ହେବା ପାଇଁ ପରାମର୍ଶ ଦେଇଥିଲେ । ଶିକ୍ଷୟିତ୍ରୀ ରେଶ୍ମା ମିଶ୍ର ବିଭୁ ବନ୍ଦନା ଗାନ ସହ ମୁଖ୍ୟ ଅତିଥଙ୍କ କରକମଳରେ ପ୍ରଦୀପ ପ୍ରଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଶିକ୍ଷକ ଗଗନ ବିହାରୀ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହାସଚିବ ସଦାନନ୍ଦ ରାଉତ, ମୁଖ୍ୟ ଉପଦେଷ୍ଟା ସୁଧାଂଶୁ ଶେଖର ପଣ୍ଡା, ସୁରେନ୍ଦ୍ର କୁମାର ବେହେରା, ଖଗେଶ୍ୱର ବେହେରା, ପ୍ରବୋଧ କୁମାର ମହାପାତ୍ର, ଆବାହକ ଯଶୋବନ୍ତ ମହାପାତ୍ର, ସଂଯୋଜକ ରାଜେନ୍ଦ୍ର ମଲ୍ଲିକ, କୋଷାଧ୍ୟକ୍ଷ ସରୋଜ କୁମାର ନାୟକ, ସଂପାଦକ ଟିକିନା ସାହୁ, ସତ୍ୟବ୍ରତ ପାତ୍ର, ସୌଭାଗ୍ୟ ନନ୍ଦ, ବସନ୍ତ ପୃଷ୍ଟି ଓ ପୂର୍ଣ୍ଣିମା ମହାନ୍ତି ପ୍ରମୁଖ ଉଦ୍ବେଧନ ଦେଇଥିଲେ । ମଂଚ ପରିଚାଳନା କରିଥିଲେ ଦୁର୍ଯେ୍ୟାଧନ ସାହୁ ଓ ପଙ୍କଜ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

ଦୁଷ୍ମନ୍ତ କୁମାର ସେଠୀ, ଶୁଭକାନ୍ତ ସାହୁ, ହରପ୍ରିୟା ଦାସ, ସରିତା ବିଶ୍ୱାଳ, ଅନିଲ୍ କୁମାର ନନ୍ଦ, ଦୟାନିଧି ନାଏକ, ଅର୍ଚ୍ଚନା ସାହୁ, ସୁବ୍ରତ କୁମାର ମିଶ୍ର, ପ୍ରଦୁ୍ୟମ୍ନ କୁମାର ବେହେରା ଓ ରସାନନ୍ଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନୂତନ ନିଯୁକ୍ତି ପ୍ରାପ୍ତ ଶିକ୍ଷକଙ୍କ ମଧ୍ୟରୁ ଗଣେଶ୍ୱର ବେହେରା, ଦିପ୍ତେଶ କୁମାର ଶତପଥୀ, ବିଶ୍ୱଜିତ୍ ଦଳେଇ, ପ୍ରିୟବ୍ରତ ସାହୁ, ଅନୁସୂୟା ପ୍ରିୟଦର୍ଶିନୀ ଓ ଭାଗ୍ୟଶ୍ରୀ ସାହୁଙ୍କୁ ଜିଲା କାର୍ଯ୍ୟକାରିଣୀ କମିଟିକୁ ସଦସ୍ୟ ରୂପେ ମନୋନିତ କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.