Take a fresh look at your lifestyle.

ଉନ୍ନତି ମୂଳକ କାର୍ଯ୍ୟର ଶୁଭ ଉଦଘାଟନ କଲେ ଢେଙ୍କାନାଳ ବିଧାୟକ  

0 73

Get real time updates directly on you device, subscribe now.

ଗଁଦିଆ(ପ୍ରଦୀପ କୁମାର ଦାସ) : ଗଁଦିଆ ବ୍ଲକ ରତନପୁର ପଞ୍ଚାୟତ ର ବିଭିର୍ଣ୍ଣ କାର୍ଯ୍ୟର ଶୁଭ ଉଦଘାଟନ କଲେ ସ୍ଥାନୀୟ ବିଧାୟକ ସୁଧୀର କୁମାର ସାମଲ | ଆଜି ଅପରାହ୍ନରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବିଭିନ୍ନ  ଜନହିତକାରି ପ୍ରକଳ୍ପ ଯଥା ରାୟସିଂହ ପ୍ରସାଦ ଉଚ୍ଚ ବିଦ୍ୟାଳୟ,ଚଣ୍ଡିଆ ର ନୂତନ ଶ୍ରୀଣି ଗୃହ, କୃଷି ସମବାୟ ଗୃହ , ରତନପୁର ଭଗବତୀ କମୁନିଟି ସେଣ୍ଟର ,ମାଣୁଆ କଂକ୍ରିଟ ରାସ୍ତା ଗୁଡିକୁ ଲୋକାର୍ପିତ କରିଥିଲେ l

କୃଷି ସମବାୟ ଗୃହ ଠାରେ କୃଷକ ମାନଙ୍କର ସମସ୍ୟା ଓ ସମାଧାନ ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏଥିରେ ମାନ୍ୟବର ବିଧାୟକ ଧାନ ମଣ୍ଡି  ବ୍ୟବସ୍ତା ଉପରେ ଆଲୋକପାତ କରି କହିଥିଲେ କି ଢେଙ୍କାନଲ ଜିଲ୍ଳାରେ ସ୍ୱୟଂ ସହାୟକ ଗୋଷ୍ଠି ମାଧ୍ୟମରେ ଧାନ କିଣାଯିବାର ବ୍ୟବସ୍ତା କରିଯାଇଛି ଓ ରତନପୁର ,ବେଗା ଓ ଲେଥକା ପଂଚାୟତର ଧାନ ମଣ୍ଡି ବ୍ୟବସ୍ତା ଶକ୍ତି ଜୟମା ସନ୍ତୋସି ସ୍ୱୟଂ ସହାୟକ ଗୋଷ୍ଟିକୁ ପ୍ରଦାନ କରାଯାଇଛି l ମହିଳା ମାନେ ଏବେ ସ୍ୱୟଂସମ୍ପୂର୍ଣ୍ଣା ତେଣୁ ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ପରିଚାଳିତ ହେବ ବୋଲି ତାଙ୍କ ଉଦବୋଧନ ରେ ପ୍ରକାଶ କରିଥିଲେ l

ଏହି ସଭାରେ ଢେଙ୍କାନଲ କୃଷକ ମୋର୍ଚା ର ସଭାପତି ନରୋତ୍ତମ ସାହୁ ,ଜ଼ୀଲ୍ଲା ମହିଳା ମୋର୍ଚ୍ଚା ର ସଭାନେତ୍ରୀ ରୁବି ବିଶ୍ୱାଳ , ବ୍ଲକ ବରିଷ୍ଠ ବିଜୁ ଜନତା ଦଳର ସଂଗଠକ ନିରାକାର ସାମଲ , ବିଜୁ ଯୁବ ଜନତା ଦଳର ସଭାପତି ପ୍ରଦୀପ କୁମାର ସାହୁ, ବିଜୁ ଜନତା ଦଳର ଗଁଦିଆ ବ୍ଲକ ସଭାପତି ବିଶ୍ୱନାଥ ଜେନା ଓ କୃଷି ସମବାୟ ରତନପୁର ର ସୁଧାଂଶୁ ସ୍ୱାଇଁ ,  ଇଂବିଶ୍ୱଜିତ ସାମଲ, ଛାତ୍ର ଉପସଭାପତି ସୁଭଜିତ ଜେନା, ସତ୍ୟସୁନ୍ଦର ସ୍ୱାଇଁ , ପ୍ରତାପଚନ୍ଦ୍ର ଜେନା , ପ୍ରହଲ୍ଲାଦ ଦାସ ,ରତନପୁର ପୂର୍ବତନ ସରପଂଚ ରୂପଶ୍ରୀ  ସ୍ୱାଇଁ, ଲେଥକା ସରପଞ୍ଚ ବାବାଜୀ ସ୍ୱାଇଁ , ଖଗେଶ୍ୱର ମହାନ୍ତ ଓ ଶତାଧିକ ଚାଷୀ , କର୍ମୀ ଓ ମହିଳା ଯୋଗଦାନ କରିଥିଲେ l ଚାଷୀ , କର୍ମୀ ଓ ମହିଳା ଯୋଗଦାନ କରିଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.