Take a fresh look at your lifestyle.

ପ୍ରତିଭା ସମ୍ମାନ ଓ ସ୍ୱାଗତମ-୨୦୨୨ କାର୍ଯ୍ୟକ୍ରମ ଆୟୋଜିତ

ଢେଙ୍କାନାଳର ୪ଟି ପ୍ରବେଶ ରାସ୍ତାରେ ଚାରିଟି ଗେଟ ନିର୍ମାଣ, ପର୍ଯ୍ୟଟନସ୍ଥଳୀର ଉନ୍ନତିମୂଳକ କାର୍ଯ୍ୟ, ଶିଶୁ ପାର୍କ ହେବ:ଜିଲ୍ଲାପାଳ

0 22

ଢେଙ୍କାନାଳ : ଢେଙ୍କାନାଳ ସହରର ଅନ୍ୟତମ ସାଂସ୍କୃତିକ ପ୍ରତିଷ୍ଠାନ ତ୍ରିରଙ୍ଗା ଓ ସୁପ୍ରଭାତ ତରଫରୁ  ୨୨ତମ ପ୍ରତିଭା ସମ୍ମାନ ଏବଂ ସ୍ୱାଗତମ କାର୍ଯ୍ୟକ୍ରମ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ଠାରେ  ଅନୁଷ୍ଠିତ ହୋଇଯାଇଛି | ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଯୋଗଦେଇ କହିଥିଲେ ଯେ, ବର୍ତ୍ତମାନ ଅଭିଭାବକମାନେ ନିଜ ପିଲାଙ୍କୁ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଉତ୍ସାହିତ କରୁଛନ୍ତି | ତେଣୁ କଳାକାରଙ୍କ ଉନ୍ନତି ପାଇଁ ଢେଙ୍କାନାଳ ସହରରେ ରାଜ୍ୟ ସରକାର ଏକ ନାଟ୍ୟ ମଣ୍ଡପ ନିର୍ମାଣ କରିବା ପାଇଁ ଯୋଜନା କରିଛନ୍ତି | ଏଥିପାଇଁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସେ ପ୍ରକାଶ କରିଥିଲେ |

ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗଦେଇ  କହିଥିଲେ, ଢେଙ୍କାନାଳ ଭଳି କଳା ଓ ସଂସ୍କୃତିପ୍ରିୟ ଜିଲ୍ଲାରେ ଏହିଭଳି କାର୍ଯ୍ୟକ୍ରମ ହେବା ଏକ ଆନନ୍ଦର ବିଷୟ | ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ କଳାକାର ତୃଣମୂଳରୁ ପରିଚିତ ହେଉଛନ୍ତି | ଏଣୁ ପ୍ରତିଷ୍ଠାନର ଆଗାମୀ ଭବିଷ୍ୟତ ଉଜ୍ଜ୍ଵଳମୟ ହେଉ | ଆଗାମୀ ଦିନରେ ଢେଙ୍କାନାଳର ୪ଟି ପ୍ରବେଶ ରାସ୍ତାରେ ଚାରିଟି ଗେଟ ନିର୍ମାଣ, ପର୍ଯ୍ୟଟନସ୍ଥଳୀର ଉନ୍ନତିମୂଳକ କାର୍ଯ୍ୟ, ଶିଶୁ ପାର୍କ ହେବ ବୋଲି ଶ୍ରୀ ସେଠୀ ଘୋଷଣା କରିଥିଲେ  |

ପ୍ରତିଷ୍ଠାନର ଉପଦେଷ୍ଟା ରତନ କୁମାର ନାୟାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଭାରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ପିଡି ଡ଼ିଆରଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ସାହିତ୍ୟିକା ପୁଷ୍ପଲତା ରଥ, ବରିଷ୍ଠ ସାମ୍ବାଦିକ ସତ୍ୟ ସ୍ୱରୂପ ଦାସ ଯୋଗଦାନ କରିଥିଲେ | ବରିଷ୍ଠ ସାମ୍ବାଦିକ ଅଥୟ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ |

ଏହି ଅବସରରେ ୧୯୭୧ ଭାରତ ଓ ପାକିସ୍ଥାନ ଯୁଦ୍ଧର ଯୋଦ୍ଧା ତଥା ଅବସରପ୍ରାପ୍ତ ସୁବେଦାର ସୋମନାଥ ସାହୁ, ଅବସରପ୍ରାପ୍ତ ନୌସେନା ଅଧିକାରୀ ଅମୀୟ ଚାନ୍ଦ, ଶିକ୍ଷାବିତ ମୋହିମ ମହମ୍ମଦ, ଶିକ୍ଷାବିତ ସୁରେଶ ମିଶ୍ର, ସାମ୍ବାଦିକ ଆଶିଷ ରଞ୍ଜନ ଶତପଥୀ, ବିଶିଷ୍ଟ ବ୍ୟବସାୟୀ ପ୍ରସନ୍ନ ସାହୁ, ନୃତ୍ୟଶିଳ୍ପୀ ଏନପି ଲୋପାମୁଦ୍ରା, ନାଧେରା ସ୍ଥିତ ମା’ ରାମଚଣ୍ଡୀ ସେବା ପରିଷଦର ସଦସ୍ୟଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା |

ପୂର୍ବାହ୍ନରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ | ପ୍ରତିଷ୍ଠାନର ସଦସ୍ୟ ଅରବିନ୍ଦ ସାହୁ, ରାଜଶ୍ରୀ ଶତପଥୀ, ଜିଜ୍ଞାସୁ ସାହୁ, ମନୋହର ଶତପଥୀ, କାମାକ୍ଷା ପ୍ରସାଦ ରଣା, ଦେବାନନ୍ଦ ସାହୁ, ଲକ୍ଷ୍ମୀକାନ୍ତ ସାହୁ, ଅମର ସାହୁ ଓ ଅମୁଲ୍ୟ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ |

ସଭା କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ନୃତ୍ୟ ସଂଗଠନ ଓ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା | ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ, ପୌରପାଳିକା ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ, ଶିକ୍ଷାବିତ ପରେଶ ପଟ୍ଟନାୟକ, କଳାକାର ପ୍ରବୀର ମହାନ୍ତି, ସାମାଜିକକର୍ମୀ ବିଶ୍ୱନାଥ ବେହେରା ଓ ସୁକାନ୍ତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ | ଏହି ପରିପ୍ରେକ୍ଷୀରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, ସଙ୍ଗୀତ ପରିବେଷଣ, ଫ୍ୟାନ୍ସି ଡ୍ରେସ, ଲଘୁନୃତ୍ୟ ଓ ଦଳଗତ ନୃତ୍ୟ ଅନୁଷ୍ଠିତ ହୋଇଥିଲା | ପ୍ରତିଷ୍ଠାନର ସଦସ୍ୟ ଦେବାଶିଷ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

- Advertisement -

Leave A Reply

Your email address will not be published.