Take a fresh look at your lifestyle.

ସାଧାରଣ ଜନତାଙ୍କ ବିକାଶ ପାଇଁ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ-ବିଧାୟକ ଦାଶରଥି ଗମାଙ୍ଗ

ଉପାନ୍ତ ଓଡ଼ିଶା ୱେବ ଚାନେଲର ସ୍ୱନକ୍ଷତ୍ର ଦିବସ

0 55

Get real time updates directly on you device, subscribe now.

ମୋହନା(ଗଜପତି) : ଗଜପତି ଜିଲ୍ଲାର ଦୁର୍ଗମ ଆଦିବାସୀ ବହୁଳ ମୋହନାରୁ ପ୍ରକାଶ ପାଉଥିବା ଉପାନ୍ତ ଓଡିଶା ୱେବ ଚାନେଲ ଆଜିକା ଦିନରେ ଓଡ଼ିଶାର ପୁର ପଲ୍ଲୀରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଲୋକଙ୍କ ଆଦର ପାଇ ଲୋକଙ୍କ ସମସ୍ୟା ସମାଧାନରେ ପ୍ରଶାସନର ଦୃଷ୍ଟିକୁ ଆଣି କାର୍ଯ୍ୟ ·ଲୁ ରଖିଥିବାରୁ ଉପସ୍ଥିତ ଅତିଥିମାନେ ଏହାର ଉଚ୍ଚ ପ୍ରଶଂସା କରିଥିଲେ । ତପ୍ତପାଣି ନିକଟସ୍ଥ ହିଲ୍ ଭିଉ ତରୁନ୍ ଗେଷ୍ଟ ହାଉସ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ବକ୍ତବ୍ୟରେ ଉପସ୍ଥିତ ସାମ୍ବାଦିକ ଏବଂ ଅତିଥିଙ୍କୁ ସରକାରଙ୍କ ନଜରକୁ ଆଣି ସାମ୍ବାଦିକଙ୍କ ସମସ୍ୟା ସମାଧାନର ବାଟ ଖୋଲିବା ପାଇଁ ଦାବି କରିବେ ବୋଲି କହିଥିଲେ ।

ଅନ୍ୟତମ ଅତିଥି ଭାବେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଭାପତି ତଥା ନବୀନର ସମ୍ପାଦକ ରବି ରଥ ନିଜ ବକ୍ତବ୍ୟରେ ଖବରକାଗଜ ମାଲିକ ମାନେ ଛୋଟ ଛୋଟ ସମ୍ବାଦପତ୍ର ଏବଂ ମାଲିକ ମାନଙ୍କୁ ଦବେଇବା ପାଇଁ ଚେଷ୍ଟାକରି ବର୍ତ୍ତମାନ ସୁଦ୍ଧା ସଫଳ ହୋଇପାରିନଥିବା ପ୍ରକାଶ କରିଥିଲେ । ଏହାସହ ଆଜିକା ଦିନରେ ଛୋଟ ଛୋଟ ପତ୍ରିକା ମଧ୍ୟ ତାହାର ଗୁଣବତା ବଜାୟ ରଖିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ ।

ଏହା ସହ ଚାନେଲର ପରିଚାଳନା ନିର୍ଦେଶକ ମନୋଜ କୁମାର ସାହୁ ନିଜ ବକ୍ତବ୍ୟରେ ଉପାନ୍ତ ଓଡିଶା ଚାନେଲ ଏକ ବର୍ଷ ମଧ୍ୟରେ ପ୍ରତିଦ୍ୱନ୍ଦିକାକୁ ଆସିଥିବା ପ୍ରକାଶ କରିଥିଲେ । ଏହା ସହ ଛେଳିଗଡ଼ ଜଳ ସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଇଂ.ନଗେନ୍ଦ୍ର ନାଥ ମହାରଣା ନିଜ ବକ୍ତବ୍ୟରେ ଗଠନ ମୂଳକ ସମ୍ବାଦ ପରିବେଷଣ କରିବା ନିମନ୍ତେ ସମସ୍ତ ସାମ୍ବାଦିକଙ୍କୁ ଉପଦେଶ ଦେଇଥିଲେ । ଏହା ସହ ଅନ୍ୟତମ ଅତିଥି ଭାବେ ପ୍ରତିଷ୍ଠାତା ସଭାପତି ଭାଗବତ ଚାରି ଟେବୁଲ ଟ୍ରଷ୍ଟ ପ୍ରକାଶ ଚନ୍ଦ୍ର ପାତ୍ର ଉପସ୍ଥିତ ସାମ୍ବାଦିକଙ୍କୁ ଗଠନ ମୂଳକ ସମ୍ବାଦ ପରିବେଷଣ କରି ସମାଜର ସମସ୍ତ ବର୍ଗର ଲୋକଙ୍କୁ ସାହାଯ୍ୟ କରିବା ନିମନ୍ତେ ସାମ୍ବାଦିକଙ୍କୁ ଉପଦେଶ ଦେଇଥିଲେ ।

ତତ ସଙ୍ଗେ ସଙ୍ଗେ ଆର.ଉଦୟଗିରି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜଗବନ୍ଧୁ ଦାସ ଉପସ୍ଥିତ ହୋଇ ଦୁର୍ଗମ ଅଞ୍ଚଳରେ ଏହି ଚାନେଲ ପ୍ରଥମ ସମସ୍ତ ଘଟଣା ପ୍ରକାଶ କରି ପ୍ରଶାସନର ଦୃଷ୍ଟିକୁ ଆଣି ଲୋକଙ୍କ ସମସ୍ୟା ସମାଧାନରେ ଆଗରେ ଥିବା କହିଥିଲେ । ଏହା ପରେ ସଭାରେ ସ୍ଥାୟୀ ଲୋକ ଅଦାଲତ ସଭ୍ୟା ସବିତା ସାହୁକର ନିଜ ବକ୍ତବ୍ୟରେ ଉପାନ୍ତ ଓଡିଶା ଦୁର୍ଗମ ଅଞ୍ଚଳରେ ଆରମ୍ଭ ହୋଇ ବର୍ତ୍ତମାନ ନିଉଜ ମଧ୍ୟରେ ଆଗରେ ଥିବା ପ୍ରକାଶ କରିଛନ୍ତି ।

ଅନ୍ୟତମ ଅତିଥି ଭାବେ ସମାଜସେବୀ ତ୍ରିନାଥ ବିଶୋଇରତ୍ନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରତ୍ନାକର ପ୍ରଧାନ, ଅବନ୍ତି ମିଶ୍ର, ଦଣ୍ଡାସି ସାହୁ, ଶଙ୍କର ପ୍ରଧାନ, ଗୌରାଙ୍ଗ ଚରଣ ସ୍ୱାଇଁ, ଶରତ ଦାଶ, ନୃସିଂହ ଚରଣ ବାରିକ ପ୍ରମୁଖ ଉପସ୍ଥିତ ରହି ଉପାନ୍ତ ଓଡିଶା ଚେନେଲ ଦୁର୍ଗମ ଅଞ୍ଚଳର ଗରିବ ନିଷ୍ପେସିତ ଲୋକଙ୍କ ସମସ୍ୟା ସମାଧନରେ ଅଗ୍ରଣୀ ଭୂମିକା ଲିଭାଉଥିବା କହିଥିଲେ । ଏହି ପ୍ରଥମ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ମୁଖ୍ୟ ସମ୍ପାଦକ ଗଣେଶ ଚନ୍ଦ୍ର ବିଷୋୟୀ ପରି ଚାଳନା କରିଥିବା ବେଳେ ସ୍ୱେଚ୍ଛାସେବୀ, ଚାରିଟେବୁଲ ଟ୍ରଷ୍ଟ ସଭାପତି ଏସ୍. ପ୍ରକାଶ ପାତ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିବା ଶିଶୁଙ୍କୁ ଅନୁଷ୍ଠାନ ପକ୍ଷରୁ ମୁଖ୍ୟ ଅତିଥି ମାନପତ୍ର ଦେଇ ସମ୍ବର୍ନ୍ଧିତ କରିଥିଲେ ।

ଏହି ଉତ୍ସବରେ ଡେସ୍କ ଏଡିଟର ବିଷ୍ଣୁପ୍ରିୟା ବିଷୋୟୀଙ୍କୁ ଉପଢୌକନ ସହ ସମସ୍ତ ସାମ୍ବାଦିକଙ୍କୁ ଅତିଥିମାନେ ପ୍ରମାଣ ପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଏହି ଉତ୍ସବରେ ସହକାରୀ ସମ୍ପାଦକ ଦୀପକ କୁମାର ଷଡଙ୍ଗୀ ଏବଂ ଓଡିଶା ମୁଖ୍ୟ ପଣ୍ଡିତ ଅଜିତ କୁମାର ଦାସଙ୍କ ସମେତ ଓଡ଼ିଶାର ସମସ୍ତ ଅଞ୍ଚଳରୁ ଶତାଧିକ ସାମ୍ବାଦିକ, ସୁବେଚ୍ଛୁ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.