Take a fresh look at your lifestyle.

ଗଁଦିଆ ବ୍ଲକରେ କେବେ ଖୋଲିବ ଧାନ ମଣ୍ଡି ଆଶା ଆଶଙ୍କାରେ ଚାଷୀକୂଳ

0 14

ଯୋରନ୍ଦା :  ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ଧାନମଣ୍ଡି ଖୋଲା ନହେବା ଫଳରେ ଚାଷିକୂଳ ଆଶା ଓ ଆଶଙ୍କାରେ ଥିବାର ଜଣାଯାଏ ନିଜର ବର୍ଷକର କଷ୍ଟ ଅର୍ଜିତ ଧନଫସଲ କୁ କିପରି ଭାବରେ ବିକ୍ରି କରିବ ତାହାକୁ ନେଇ ଚିନ୍ତାରେ ଚାଷୀ ଚଳିତ ବର୍ଷ ଉକ୍ତ ବ୍ଲକରେ୧୫ଟି ମଣ୍ଡି ଖୋଲା ଯାଇଛି ,ହେଲେ ଧାନ କେବେ ମିଲର ମଣ୍ଡିରୁ ଚାଷୀଙ୍କଠାରୁ ନେବ ତାହାର ଉତର କାହାପାଖରେ ନାହିଁ l

ଚଳିତ ବର୍ଷ ସମବାୟ ସମିତିର କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇବା ଫଳରେ ଏହି ସମସ୍ୟା ସୃଷ୍ଟି ହୋଇଛି ସବୁବେଳେ ଚାଷୀମାନେ ନିଜର ଅର୍ଜିତ ଧାନ ଫସଲକୁ ସମବାୟ ସମିତିର କର୍ମଚାରୀ ମାନଙ୍କ ସହାୟତାରେ ମିଲର ମାନଙ୍କୁ ଧାନ ଫସଲ ବିକ୍ରି କରିଥାଏ l ହେଲେ ଦୁଃଖର କଥା ଏଥର ଆନ୍ଦୋଳନ ଫଳରେ ମଣ୍ଡି ଖୋଲିବାରେ ବିଳମ୍ବ ଦେଖିବାକୁ ମିଳିଛି ଚାଷୀ ମାନେ ଯେପରି ନିଜର ଧାନ ଫସଲ ପ୍ରଦାନରେ ଅସୁବିଧା ହେବନି ନହେବ ସେଥିପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ପ୍ରଦାନ କରାଯାଇଛି l

ବ୍ଲକରେ ଖୋଲା ଯାଇଥିବା୧୫ଟି ଧାନମଣ୍ଡି ମଧ୍ୟରୁ୧୩ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ କୁ ପ୍ରଦାନ କରା ଯାଇଥିବା ବେଳେ ଗୋଟିଏ ପି ଏ ସି ଏ ସ ଓ ଅନ୍ୟଟି ମିଶନ ଶକ୍ତି ବ୍ଲକ ଫେଡରସନ କୁ ପ୍ରଦାନ କରାଯାଇଛି l ହେଲେ ଦୁଃଖର କଥା ସରକାରଙ୍କ ପକ୍ଷରୁ ଏହି ମାନଙ୍କୁ ଧାନମଣ୍ଡି ଖୋଲିବା ନିମନ୍ତେ ଅନୁମତି ପ୍ରଦାନ କରିଥିଲେ ସୁଦ୍ଧା ଆଜି ପ୍ରଯ୍ୟନ୍ତ ଏଠାରେ ଧାନମଣ୍ଡି ଖୋଲା ଯାଇପାରୁନାହିଁ l ଯାହା ଫଳରେ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l

ଅପର ପକ୍ଷରେ ପାଗ ପ୍ରତିକୂଳ ରହୁଥିବାରୁ ଅମଳ ଧାନକୁ ସାଇତି ରଖିବା ପାଇଁ ଚାଷୀ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ଯେହେତୁ ପ୍ରଥମ ଥର ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଉକ୍ତ କାର୍ଯ୍ୟରେ ନିୟୋଜିତ ହୋଇଥିବାରୁ ଏହି ସମସ୍ୟା ଦେଖା ଦେଇଛି ବୋଲି ଗଁଦିଆ ବ୍ଲକ ଯୋଗାଣ ବିଭାଗ ଅଧିକାରୀଣି ସ୍ଵର୍ଣପ୍ରଭା ଜେନା ଙ୍କ ଠାରୁ ପ୍ରକାଶ ତୁରନ୍ତ ଉକ୍ତ ସମସ୍ୟlର ସମାଧାନ କରାଯାଇ୨ରୁ ୩ଦିନ ମଧ୍ୟରେ ଧାନମଣ୍ଡି ରେ ଚାଷୀ ନିଜର ଅନୁମୋଦିତ ଧାନ ବିକ୍ରି କରିପାରିବ ବୋଲି ସେ କହିଛନ୍ତି l ଅନ୍ୟ ପକ୍ଷରେ ଚାଷୀ ଟୁକନ ପାଇ ମଣ୍ଡିରେ ଧାନ ନଦେଇ ଚାତକ ପକ୍ଷୀପରି ଖୋଲା ଆକାଶକୁ ଅନାଇ ରହିଛି l

- Advertisement -

Leave A Reply

Your email address will not be published.