Take a fresh look at your lifestyle.

କଂସରା ଗ୍ରାମରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

ଆଜାଦୀ କି ଅମୃତ ମହୋତ୍ସବ - ୨୦୨୧ ଅବସରରେ ସିଟି ହସ୍ପିଟାଲ୍, ତାଳଚେରର ସହଯୋଗରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

0 21

ହିନ୍ଦୋଳ : ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କଂସରା ଗ୍ରାମରେ ପାୱାର ଗ୍ରୀଡ୍ କର୍ପୋରେସନ, ଅନୁଗୁଳ (ଫୁଲପଡା) ଏବଂ ବଜରଙ୍ଗ କ୍ଲବ୍ ଢେଙ୍କାନାଳ ପକ୍ଷରୁ ଗତ ୩୧ ତାରିଖ ଦିନ ଆଜାଦୀ କି ଅମୃତ ମହୋତ୍ସବ – ୨୦୨୧ ଅବସରରେ ସିଟି ହସ୍ପିଟାଲ୍, ତାଳଚେରର ସହଯୋଗରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।

କଂସରା ଗ୍ରାମରେ ଅନୁଷ୍ଠିତ ହୋଇଥିବା ଶିବିରରେ ମୁଖ୍ୟ ଅତିଥି ଭାବେ ପାୱାର ଗ୍ରୀଡ୍ ଅନୁଗୁଳର ବରିଷ୍ଠ ଉପ-ମହାପ୍ରବନ୍ଧକ ଅଚୁ୍ୟତାନନ୍ଦ ପାଢୀ ଯୋଗଦେଇ ଶିବିରକୁ ଉଦ୍ଘାଟିତ କରିଥିଲେ । ଶିବିର ପୂର୍ବାହ୍ନ ୧୦ଟା ଠାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିଥିଲା ବେଳେ ୩୫୦ରୁ ଉଦ୍ଧ୍ୱର୍ ରୋଗୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ।

ସିଟି ହସ୍ପିଟାଲ୍ର ବିଭିନ୍ନ ବିଭାଗର ଡାକ୍ତର ମହେଶ ପ୍ରସାଦ ରାଉତ, ଡା. ସୁବାଷ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଶିବିରରେ ପାୱାରଗ୍ରୀଡ୍ର ଦେବଦତ ପାଢୀ, କୌଶିକ୍ ପ୍ରସାଦ, ବିଶ୍ୱରଞ୍ଜନ ପୃଷ୍ଟି, ଅମର ଦାସ, ନିର୍ମଳ ସାହୁ, ଶଶିକାନ୍ତ ଶର୍ମା, ସୁବ୍ରତ ନାଥ, ଜଗନ୍ନାଥ ଦେହୁରୀ, ରଞ୍ଜନ ଶତପଥୀ ଏବଂ ବଜରଙ୍ଗ କ୍ଲବ୍ର ସଭାପତି ଅମରେନ୍ଦ୍ର ସାମଲ, ସଂପାଦକ ଶୁଭେନ୍ଦୁ କୁମାର ଷଡଙ୍ଗୀ ଓ ବହୁ ସଦସ୍ୟ ଯୋଗଦେଇ ସ୍ୱାସ୍ଥ୍ୟ ଶିବିରକୁ ସୁପରିଚାଳନା କରିଥିଲେ ।

- Advertisement -

Leave A Reply

Your email address will not be published.