Take a fresh look at your lifestyle.

ଶିଶୁ ପାଇଁ ଦିନଟିଏ ପାଳିତ: ଜିଲାସ୍ତରୀୟ ଟାସ୍କ ଫୋର୍ସ ଅଧିବେଶନ

ଶିଶୁକୁ ସୁରକ୍ଷିତ ରଖିବା ଲାଗି ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ଏକତ୍ର ହୋଇ କାମ କରିବାର ଆବଶ୍ୟକତା ଅଛି:ସାଂସଦ ମହେଶ ସାହୁ

0 19

ଢେଙ୍କାନାଳ : ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ବାଲ୍ୟ ବିବାହ ଶିଶୁ ଶ୍ରମିକ ଶିଶୁ ନିର୍ଯାତନା ପରି ସାମାଜିକ ବ୍ୟାଧ୍ୟକୁ ରୋକିବା ଏବଂ କିଶୋର କିଶୋରୀ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଜିଲ୍ଲା ସ୍ତରରେ ଶିଶୁ ପାଇଁ ଦିନଟିଏ ଓ ଜିଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇ ଅଛି ।

ଏହି ବୈଠକରେ  ଯୋଗଦାନ କରି ଶିଶୁକୁ ସୁରକ୍ଷିତ ରଖିବା ଲାଗି ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ଏକତ୍ର ହୋଇ କାମ କରିବାର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ । ଜିଲା ସମାଜ ମଙ୍ଗଳ ଅଧିକାରୀ ଜ୍ୟୋତ୍ସ୍ନା ରାୟ ବୈଠକରେ ଉଦ୍ଦେଶ୍ୟ ଓ ଆବଶ୍ୟକ ସଂପର୍କରେ ଅବଗତ କରାଇଥିଲେ ।

ଆକ୍ସନ ଏଡ ଓ ୟୁନିସେଫର ଜିଲା ସଂଯୋଜିକା ଅଙ୍ଗୁର ମିଶ୍ର ବାଲ୍ୟ ବିବାହକୁ ରୋକିବା ଲାଗି ବିଗତ ୩ ମାସ ମଧ୍ୟରେ ହୋଇଥିବା କାର୍ଯ୍ୟକ୍ରମ ଓ ଆଗକୁ କରାଯିବା ଯୋଜନା ସଂପର୍କରେ ଆଲୋଚନା କରିଥିଲେ ।୨୦୨୧ ମସିହାରେ ଜିଲ୍ଲାରେ ୩୪ ଟି ବାଲ୍ୟ ବିବାହକୁବନ୍ଦ କରାଯାଇଅଛି । ଜିଲାରେ କିଶୋର ଓ କିଶୋରୀ ମାନଙ୍କ ଲାଗି ୨୨ ଟି ଦକ୍ଷତା ବୃଦ୍ଧି ଶିବିର ଆୟୋଜନ କରାଯାଇ ଅଛି । ଜିଲ୍ଲା ସ୍ତରରେ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ବୈଠକ କରାଯାଇ କିଶୋର ଓ କିଶୋରୀ ମାନଙ୍କୁ ସରକାରୀ ଯୋଜନା ବିଷୟରେ ଅବଗତ କରାଯାଇ ଅଛି ।

ଅଗାମୀ ଦିନରେ ଜିଲ୍ଲାରେ ଏକ ମିଳିତ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇ ଶିଶୁ ମାନଙ୍କର ଅଧିକାର ଓ ସୁରକ୍ଷାକୁ ସୁରକ୍ଷିତ କରାଯିବ । ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା କରାଯିବା କିଶୋର ଓ କିଶୋରୀ ମାନଙ୍କର ଦକ୍ଷତା ବୃଦ୍ଧି କରାଇ ସେମାନଙ୍କୁ ରୋଜଗାର କ୍ଷମ କରାଇବା, ଶିଶୁ ଶ୍ରମିକ ପ୍ରଥାକୁ ଦୂର କରିବା, ସମସ୍ତ ଶିଶୁ କିପରି ବିଦ୍ୟାଳୟକୁ ଯିବେ ସେ ବିଷୟରେ ଗୁରୁତ୍ୱ ଦିଆଯାଇଥିଲା ।

ଜିଲାପାଳ ସରୋଜ କୁମାର ସେଠୀ ବାଲ୍ୟ ବିବାହକୁ ନେଇ କରାଯାଇଥିବା କାର୍ଯ୍ୟକ୍ରମ କଳ୍ପନା ଅଭିଯାନ ପ୍ରତି ସ୍ତରରେ ଓ ବାରମ୍ବାର କରିବାର ଆବଶ୍ୟକ ସମସ୍ତ ବିଭାଗ ଏକାଠି ହୋଇ କାମ କରିବା ସହିତ ଅଧାରୁ ପାଠ ପଢା ଛାଡିଥିବା ପିଲାମାନଙ୍କୁ ପୁଣି ବିଦ୍ୟାଳୟରେ ନାମ ଲେଖାଇବା ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି କରାଇବା ଓ ମିଳିତ କାର୍ଯ୍ୟ ଖସଡା ଅନୁସାରେ କାର୍ଯ୍ୟକ୍ରମ କରିବା ସଂପର୍କରେ ନିଜର ମତାମତ ଦେଇଥିଲେ । ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ ଧନ୍ୟବାଦ ଅର୍ପଶ କରିଥିଲେ ।

ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷିକ, ଜିଲା ଗ୍ରାମ ଉନ୍ନୟନ ପରିଷଦ ପ୍ରକଳ୍ପ ନିର୍ଦେଶକ, ଉପଜିଲପାଳ, ଜିଲା ଶ୍ରମ ଅଧିକାରୀ, ଜିଲା ମଙ୍ଗଳ ଅଧିକାରୀ, ଜିଲା ଶିଶୁ କମିଟିର ସଦସ୍ୟ, ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ବାଲ୍ୟ ବିବାହ ନିଷେଧ ଅଧିକାରୀ ଚାଇଲ୍ଡ ଲାଇନ ଓ ସମାଜ ସେବା ଅନୁଷ୍ଠାନ ମାନେ ଯୋଗଦାନ କରିଥିଲେ ।

- Advertisement -

Leave A Reply

Your email address will not be published.