Take a fresh look at your lifestyle.

ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ଢେଙ୍କାନାଳର ୨୧ ଖେଳାଳୀ ମନୋନିତ

0 25

Get real time updates directly on you device, subscribe now.

ଢେଙ୍କାନାଳ: ଆମେଚର ତାଇକୋଣ୍ଡୋ ଆସୋସିଏସନ୍ ଅଫ୍ ଢେଙ୍କାନାଳ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଉତିନ୍ନ ହୋଇଥିବା ଗୁରୁଦେବଜୀ ଏକାଡେମୀର ୨୧ ପ୍ରତିଯୋଗୀ ଆଜି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ବ୍ରହ୍ମପୁର ଗସ୍ତ କରିଛନ୍ତି । ମନୋନିତ ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଂପାଦକ ଇଂ. ସୌମ୍ୟବ୍ରତ ସାହୁ ଉତ୍ସାହିତ କରିବା ସହ ଜିଲ୍ଲାର ନାମକୁ ଆଗକୁ ବଢାଇବାକୁ ପ୍ରୟାସ କରିବା ପାଇଁ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସଦସ୍ୟ ଓ ଅଭିଭାବକମାନେ ଉପସ୍ଥିତ ରହି ସମସ୍ତଙ୍କର ମନବଳ ବୃଦ୍ଧି କରିଥିଲେ । ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ହେଲେ କନିଷ୍ଠ ବିଭାଗରେ କୁମାର ପ୍ରିୟାଂଶୁ, ଅବିନାଶ ସାହୁ, ପ୍ରୀତିଶ ନାୟକ, ଚାହାତ ରାଉତ, ଅର୍ପିତା ପ୍ରିୟଦର୍ଶିନୀ, ଜାଗୃତୀ ତ୍ରିପାଠୀ, ଯାଜ୍ଞାଶ୍ରୀ ଶତପଥୀ, ବିଶ୍ୱଦର୍ଶିନୀ ବରାଳ, ସାଇ ପ୍ରିୟାଂଶୁ ସାହୁ । ସେହିପରି ବରିଷ୍ଠ ବିଭାଗରେ ପି. ଶ୍ରୀନିବାସ ରାଓ, ପ୍ରତାପ ନାୟକ, ପ୍ରିୟବ୍ରତ ବରାଳ, ଜୀବନଜ୍ୟୋତି ନାୟକ, ସୌମିକ ମହାନ୍ତି, ପ୍ରତ୍ୟୁଷ ପରିଡା, ରବିନ୍ଦ୍ର ପରିଡା, ଇନ୍ଦ୍ରଜିତ୍ ସାହୁ, ସୁଚିସ୍ମିତା ସାହୁ, ପେରିୟୁଙ୍କିଲ୍ ପଟ୍ଟନାୟକ ଫାଇଟ୍ ଖେଳ ପାଇଁ ମନୋନିତ ହୋଇଥିବାବେଳେ ଖେଳ ପରିଚାଳନା କରିବା ପାଇଁ ରେଫରୀ ଭାବେ ମୁକ୍ତିକାନ୍ତ ଦାସ, ଇତିସ୍ମିତା ଚୌଧୁରୀ, ଟିମ୍ ମ୍ୟାନେଜର ଲୋପାମୁଦ୍ରା ସାହୁ ଓ କୋଚ୍ ଭାବରେ ମୁଖ୍ୟ ପ୍ରଶିକ୍ଷକ ଇଂ. ସୌମ୍ୟବ୍ରତ ସାହୁ, ଜିଲ୍ଲା ଟିମ୍ ସହ ଯାତ୍ରା କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.