Take a fresh look at your lifestyle.

ଉତ୍କଳ ରଙ୍ଗମଞ୍ଚ ରେ ଆୟୋଜିତ ହେଲା ସପ୍ତମ ସପ୍ତଶଯ୍ୟା ମହୋତ୍ସବ

ପଦ୍ମଶ୍ରୀ ପ୍ରିୟମ୍ବଦା ହେଜମାଦୀ ଙ୍କୁ ସପ୍ତଶଯ୍ୟା ସମ୍ମାନ

0 76

Get real time updates directly on you device, subscribe now.

ଭୁବନେଶ୍ୱର : ରାଜ୍ୟ ର ପ୍ରମୁଖ ନୃତ୍ୟ ଅନୁଷ୍ଠାନ ଦେବଂଶୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସପ୍ତମ ଥର ପାଇଁ ଓଡିଶାର ଲୋକ ପ୍ରିୟ ଉତ୍ସବ ସପ୍ତଶଯ୍ୟା ମହୋତ୍ସବ ପାଳିତହେଲା ନଭସଂଚରୀ ସଂଯୋଗରେ। ଯାହା ଦ୍ଵାରା  ଫେସବୁକ , ୟୁଟୁବ ଓ   ଇନଷ୍ଟାଗ୍ରାମ ମାଧ୍ୟମ  ରେ ହଜାର ହଜାର ଦର୍ଶକ ଏହି ସାଂସ୍କୃତିକ ଉତ୍ସବ କୁ ଦେଖି ପାରିଛନ୍ତି ।
କୋଭିଡ କଟକଣା ପାଇଁ ଢେଙ୍କାନାଳର ଏହି ପ୍ରସିଦ୍ଧ ଉତ୍ସବ ଭୁବନେଶ୍ୱର ର ଉତ୍କଳ ରଙ୍ଗମଞ୍ଚ ରେ ଉଦଘାଟନ କରିଥିଲେ ଢେଙ୍କାନାଳ ର ସାଂସଦ ମହେଶ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ର ନିର୍ଦେଶକ ରଞ୍ଜନ କୁମାର ଦାସ ଆଇ ସି ସି ଆର ର ରାଜ୍ୟ ମୁଖ୍ୟ ମିନାକ୍ଷୀ ମିଶ୍ର, ଓଟିଡିସି ର ଚେୟାରମାନ ଶ୍ରୀମୟୀ ମିଶ୍ର, ରାଜ୍ୟ ସଂସ୍କୃତି ବିଭାଗ ର ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିସୋଇ, ଅୟକର ବିଭାଗ ର ଅବସର ପ୍ରାପ୍ତ ପ୍ରମୁଖ କମିଶନର ଶରତ ଦାସ, ଆଦିତ୍ୟ ବାହିନୀ ଗୋବର୍ଦ୍ଧନ ପୀଠର ସାଧାରଣ ସମ୍ପାଦକ ମାତୃପ୍ରସାଦ ମିଶ୍ର, ଲାୟନ ମିନତୀ ବେହେରା କ୍ୟାନ୍ସର ଫାଉଣ୍ଡେସନ ର ଅଧ୍ୟକ୍ଷା ସୁଚିସ୍ମିତା  ପୃଷ୍ଟି , ସି ଏଫ ଟି ର ନିର୍ଦେଶକ ଅମୀୟ ବାଲା ପରିଡା, ସାମାଜିକ କର୍ମୀ ସୁବ୍ରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସର ରେ ପଦ୍ମଶ୍ରୀ ପ୍ରିୟମ୍ବଦା ହେଜମାଦୀ ଙ୍କୁ ସପ୍ତଶଯ୍ୟା ସମ୍ମାନ ପ୍ରଦାନ କରାଯାଇଥିଲା । ଜୀବନ ବ୍ୟାପି ସାଧନା ପାଇଁ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଙ୍କୁ ସଙ୍ଗୀତ କ୍ଷେତ୍ର ରେ ଏବଂ ଅଭିନୟ ପାଇ ଚଳଚ୍ଚିତ୍ର ତାରକା ଅଶ୍ରୁମୋଚନ ମହାନ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଆନ୍ତର ଜାତୀୟ ନୁତ୍ୟ ଶିଳ୍ପୀ ଓ ଏହି ଉତ୍ସବ ର ନିର୍ମାତା ଦେବାସୀ ଡ୍ୟାନ୍ସ ଏକାଡେମୀ ର ସମ୍ପାଦକ ଗୌରୀଶଙ୍କର ଦାଶ ନୃତ୍ୟ ଓ ସଂଗୀତ ରେ ପ୍ରସିଦ୍ଧି ଲାଭ କରିଥିବା ଶିଳ୍ପୀ ମାନଙ୍କୁ ଏକଜୁଟ କରି ଏକ ସୁନ୍ଦର କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ ।
ଏଥିରେ ସଙ୍ଗୀତ ରେ କଣ୍ଠ ଶିଳ୍ପୀ ଶାନ୍ତିଲତା ବାରିକ , ଛନ୍ଦା ମିଶ୍ର , ସଂଗୀତା ଗୋଶାଇଁ , ଅନୁସୂୟା ନାଥ , ଶୈଳଭମା ମହାପାତ୍ର , ସୁସ୍ମିତା ଦାସ , ଆଦ୍ୟାଶା ଦାଶ, ଏବଂ ନୃତ୍ୟରେ ସିକ୍ତା ଦାଶ , ଇଂ ଚିତ୍ତରଞ୍ଜନ ଆଚାର୍ଯ୍ୟ , ଭରତ ଚରଣ ଗିରି , ଡ. ମଞ୍ଜୁଶ୍ରୀ ପଣ୍ଡା , ଡ଼. ପିତାମ୍ବର ବିଶ୍ବାଳ, ଓ ମମତା ଶତପଥି, ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅନ୍ତିମ ଦିବସରେ ଅନୁଷ୍ଠାନ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏଇ ଆମରି ଗାଁ ନୃତ୍ୟନାଟିକା ପରିବେଷଣ କରାଯାଇଥିଲା ।
କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ମଧୁମିତା ମହାନ୍ତି । ଏହି କାର୍ଯ୍ୟକ୍ରମ ର ପ୍ରମୁଖ ଲକ୍ଷ ଓଡିଶାର କଳା ସଂସ୍କୃତି କୁ ପ୍ରୋତ୍ସାହନା ଦେବା ଓ ମନୋରମ  ସ୍ଥଳ ସପ୍ତଶଯଯ୍ୟା ପ୍ରତି ପଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବା।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.