Take a fresh look at your lifestyle.

ଅନୁଗୋଳ-ପୁରୀ ମେମୁ ଅନୁଗୋଳ ଯାଉନଥିବାରୁ କ୍ଷୋଭ

ଅନୁଗୋଳ-ଢେ଼ଙ୍କାନାଳ ଡେଲୀ ପାସେଞ୍ଜର ଆସୋସିଏସନ ବୈଠକ

0 44

ଢେଙ୍କାନାଳ: ଦଧିବାମନ ମଠ ପ୍ରାଙ୍ଗଣରେ ଏକ ଢେ଼ଙ୍କାନାଳ-ଅନୁଗୋଳ ପାସେଞ୍ଜର ଆସୋସିଏସନ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ସଭାପତି ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ ,ସମ୍ପାଦକ ରମାକାନ୍ତ ସାହୁ, ଉପସଭାପତି ବଦ୍ରି ନାରାୟଣ ମିଶ୍ର ଙ୍କ ଉପସ୍ଥିତିରେ ଏହି ସଭା କର୍ଯ୍ୟଟି ହୋଇଥିଲା ।

ନିମ୍ନ ଲିଖିତ ବିଷୟରେ ଆଲୋଚନା କରାଯାଇଥିଲା ଅନୁଗୋଳ-ପୁରୀ ମେମୁ ଅନୁଗୋଳ ଯାଉନଥିବାରୁ କ୍ଷୋଭ ପ୍ରକାଶ କରାଯାଇଥିଲା। ଏବଂ ରେଲୱେ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦିଆଯାଇଥିଲା।  ଉକ୍ତ ଟ୍ରେନ ଟି ପ୍ରତିଦିନ ଯିବା ଏବଂ ଆସିବାରେ ନିୟମିତ ବିଳମ୍ବିତ ହେଇଥିବାରୁ ରେଲୱେ ଡିଭିଜନ ଏବଂ ହେଡ ଅଫିସ କୁ ଦୃଢ଼ ଭାବେ ପ୍ରତିବାଦ ଜଣେଇବାକୁ ପ୍ରସ୍ତାବ ଦିଆଗଲା। ଅତିଶୀଘ୍ର  ପରିସ୍ଥିତି ନ ସୁଧୁରିଲେ ଆନ୍ଦୋଳନ  କରାଯିବ ବୋଲି ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ ଙ୍କ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ। ରମାକାନ୍ତ ସାହୁଙ୍କର ଦେହାନ୍ତ ହୋଇଥିବାରୁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

- Advertisement -

Leave A Reply

Your email address will not be published.